ମୁଣ୍ଡ ବଦଳରେ ମୁଣ୍ଡ ! ପାକିସ୍ତାନକୁ କଡା ଜବାବ ଦେବାକୁ ସହିଦଙ୍କ ପରିବାରର ଅପିଲ୍

37

କନକ ବ୍ୟୁରୋ : ଅଶ୍ରୁଳ ବିଦାୟ ନେଇଛନ୍ତି ସହିଦ ଯବାନ । ଜମ୍ମୁ କାଶ୍ମୀର ପୁଂଛ ସେକ୍ଟରରେ ସହିଦ ହୋଇଥିବା ନାଏବ ସୁବେଦାର ପରମଜିତ୍ ସିଂହ ଏବଂ ହେଡ୍ କନଷ୍ଟେବଳ ପ୍ରେମ ସାଗରଙ୍କ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଅନ୍ତିମ ସଂସ୍କାର କରାଯାଇଛି । ନିଜ ନିଜ ଜନ୍ମମାଟିରେ ମରଶରୀର ପହଂଚିବା ପରେ ଲୋକାରଣ୍ୟ ପାଲଟି ଯାଇଥିଲା । ସହିଦ ଯବାନ ଅମର ରହେ ନାରା ଭିତରେ ଏହି ଦୁଇ ଯବାନଙ୍କ ଅନ୍ତିମ ସଂସ୍କାର ସଂପନ୍ନ ହୋଇଛି ।

ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆଜି ଯେତେବେଳେ ସହିଦ ଯବାନ ପରମଜିତଙ୍କ ମରଶରୀର ନିଜ ଗାଁରେ ପହଂଚିଥିଲା ଲୋକାରଣ୍ୟ ହୋଇଉଠିଥିଲା ପୁରା ଅଂଚଳ । ଦେଶର ପାଇଁ ପରମଜିତ୍ ସହିଦ ହେବାକୁ ନେଇ ସେମାନେ ଯେମିତି ଗୌରବ ଅନୁଭବ କରୁଥିଲେ, ଠିକ୍ ସେମିତି ପାକିସ୍ତାନର କାପୁରୁଷତାକୁ ନେଇ ଲୋକଙ୍କ ମଧ୍ୟରେ ବାରି ହୋଇ ପଡୁଥିଲା କ୍ରୋଧ । ଆଉ ଏହାରି ଭିତରେ ଅନ୍ତିମ ବିଦାୟ ନେଇଥିଲେ ପରମଜିତ୍ । ଭାଙ୍ଗି ପଡ଼ିଥିଲେ ପୁରା ପରିବାର । ପ୍ରଧାନମନ୍ତ୍ରୀଙ୍କୁ ଏବେ ୫୬ ଇଂଚର ଛାତି ଦେବାଇବାର ସମୟ ଆସିଥିବା ପରିବାର ଲୋକ କହିଥିବା ବେଳେ ଗୋଟିଏ ମୁଣ୍ଡ ବଳଦରେ ଦାବି କରିଛନ୍ତି ୫୦ଟି ମୁଣ୍ଡ ।

ଉତରପ୍ରଦେଶର ଦେବରିଆ ଗାଁରେ ଥିଲା ସମାନ ସ୍ଥିତି । ଘରର ମୁରବୀ ସହିଦ ହେବା ଖବର ସତେ ଯେମିତି ପୁରା ପରିବାରର ଦମ୍ଭକୁ ଭାଙ୍ଗି ଦେଇଥିଲା । ହେଡ୍ କନେଷ୍ଟବଳ ପ୍ରେମ ସାଗରଙ୍କ ମରଶରିର ଗାଁରେ ପହଂଚିବା ପରେ ସସମ୍ମାନେ ଅନ୍ତିମ ସଂସ୍କାର କରାଯାଇଥିଲା । ହେଲେ ପାକିସ୍ତାନର ବର୍ବରତା ପୁରା ପରିବାରକୁ ଉତେଜିତ କରିଦେଇଥିଲା । ସେହି ସମାନ ଢ଼ଙ୍ଗରେ ଭାରତର ଗୋଟିଏ ମୁଣ୍ଡ ବଦଳରେ ପାକିସ୍ତାନର ୫୦ଟି ମୁଣ୍ଡ ଆଣିବା ପାଇଁ ଦାବି କରିଛନ୍ତି ।

ପାକିସ୍ତାନ ସେନାର ବର୍ବରତା ସୀମା ଟପି ଯାଇଥିଲା, ଯେତେବେଳେ ସହିଦ ଯବାନଙ୍କ ମୃତଦେହକୁ କ୍ଷତବିକ୍ଷତ କରାଗଲା । ଆଉ ଏହି ଘଟଣା ପୁରା ଦେଶକୁ ଦୋହଲାଇ ଦେଇଛି ।ଚାରିଆଡେ ଉଠିଛି ପାକିସ୍ତାନ ବିରୋଧୀ ସ୍ୱର । ପାକ୍ ପ୍ରଧାନମନ୍ତ୍ରୀ ଏବଂ ସେନା ମୁଖ୍ୟଙ୍କ ପୋଷ୍ଟର ପୋଡ଼ିବା ସହ ପ୍ରତିଶୋଧ ନେବା ପାଇଁ ଦାବି ଜୋର ଧରିଛି ।

ଏବେ ପୁରା ଦେଶବାସୀଙ୍କ ମନ ଭିତରେ ଏହି ସବୁ ପ୍ରଶ୍ନ ଉଙ୍କି ପାରୁଛି । ୫୬ ଇଂଚ୍ ଛାତିର କଥା କହୁଥିବା ପ୍ରଧାନମନ୍ତ୍ରୀ ମୋଦି ଦେଶ ଏବଂ ଯବାନଙ୍କ ସୁରକ୍ଷା ପାଇଁ ଦମ୍ଭ ଦେଖାଇବେ ତ