ଜୁଲାଇ ମାସରେ ହେବ ଶତାବ୍ଦୀର ସବୁଠାରୁ ଲମ୍ବା ଚନ୍ଦ୍ରଗ୍ରହଣ ! ଜାଣନ୍ତୁ କିପରି ଦେଖାଯିବ ଚନ୍ଦ୍ର ।

51

ଚଳିତ ବର୍ଷ ଜୁଲାଇ ୨୭ ତାରିଖରେ ଏଥର ଚନ୍ଦ୍ରଗ୍ରହଣ ପଡିବ । ଯାହାକି ଏକବିଂଶ ଶତାବ୍ଦୀର ସବୁଠାରୁ ଲମ୍ବା ଏବଂ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ । ଆଷାଢ ମାସ ପୂର୍ଣ୍ଣିମାରେ ଏହି ଚନ୍ଦ୍ରଗ୍ରହଣ ହେବ । ଏହି ଚନ୍ଦ୍ରଗ୍ରହଣ ୧ ଘଣ୍ଟା ୪୩ ମିନିଟ ପର୍ଯ୍ୟନ୍ତ ରହିବ । ଏବଂ ଏହା ଭାରତ ସମେତ ଦକ୍ଷିଣ ଆମେରିକା, ଆଫ୍ରିକା, ପଶ୍ଚିମ ଏସିଆ, ଅଷ୍ଟ୍ରେଲିଆ ଏବଂ ୟୁରୋପରେ ମଧ୍ୟ ଦୃଶ୍ୟମାନ ହେବ । ଏହା ପୂର୍ବରୁ ଚଳିତବର୍ଷ ଜାନୁଆରୀ ମାସ ୩୧ ତାରିଖରେ ପ୍ରଥମ ଚନ୍ଦ୍ରଗ୍ରହଣ ହୋଇଥିଲା । ତେବେ ଜୁଲାଇ ମାସରେ ହେବାକୁ ଥିବା ଚନ୍ଦ୍ରଗ୍ରହଣକୁ ନେଇ କୁହାଯାଉଛି ଯେ, ଏହା ବ୍ଲାଡମୁନ୍ ହେବ ।

ତେବେ ଏହି ବ୍ଲାଡମୁନ୍ କଣ ହୋଇଥାଏ ? ଚନ୍ଦ୍ର ଗୋଟିଏ ମାସରେ ଦୁଇ ଥର ସମ୍ପୂର୍ଣ୍ଣ ଭାବେ ନଜର ଆସିଥାଏ । ତେବେ ଯେତେବେଳେ ଦ୍ୱିତୀୟ ଥର ଚନ୍ଦ୍ର ଦେଖାଯାଇଥାଏ, ଏହାକୁ ବ୍ଲୁ ମୁନ୍ କୁହାଯାଏ । ଏବଂ ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀର ଛାଇ କାରଣରୁ ପୃଥିବୀ ପୃଷ୍ଠରୁ ଚନ୍ଦ୍ର କଳା ଦେଖାଯାଇଥାଏ । ଏହି ଚନ୍ଦ୍ରଗ୍ରହଣ ସମୟରେ କିଛି ସେକେଣ୍ଡ ପାଇଁ ଚନ୍ଦ୍ର ସମ୍ପୂର୍ଣ୍ଣ ଭାବରେ ଲାଲ୍ ଦେଖାଯାଇଥାଏ । ଏହାକୁ ବ୍ଲାଡମୁନ୍ କୁହାଯାଏ ।

ଚନ୍ଦ୍ରଗ୍ରହଣ ସମୟରେ ପୃଥିବୀ, ସୂର୍ଯ୍ୟ ଏବଂ ଚନ୍ଦ୍ରର ମଝିରେ ଆସିଥାଏ । ଏବଂ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡିଥାଏ । ତେବେ ଚନ୍ଦ୍ରଗ୍ରହଣ ସେତେବେଳେ ହୋଇଥାଏ ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ପୃଥିବୀ ଏମିତି ଭାବରେ ଆସିଥାଏ, ଯେଉଁଥିରେ ପୃଥିବୀର ଛାଇରେ ଚନ୍ଦ୍ରର ପୁରା କିମ୍ବା ଅଧା ଅଂଶ ଘୋଡେଇ ହୋଇଯାଇଥାଏ । ଏଭଳି ସ୍ଥିତିରେ ପୃଥିବୀ ସୂର୍ଯ୍ୟଙ୍କ ଠାରୁ ଆସୁଥିବା କିରଣକୁ ଚନ୍ଦ୍ର ଉପରେ ପଡିବାରେ ରୋକ ଲଗାଇଥାଏ । ଏହାପରେ ପୃଥିବୀର ସେହି ଅଂଶ ଗୁଡିକରେ ଚନ୍ଦ୍ରଗ୍ରହଣ ନଜର ଆସିଥାଏ ।