ବର୍ଷ ୧୯୫୯ରେ ଯେବେ ଯଶବନ୍ତୀ ବେନଙ୍କ ଉଦ୍ଦେଶ୍ୟ କେବଳ ପରିବାରର ଆମଦାନୀ ବଢ଼ାଇବା ପାଇଁ କିଛି ଟଙ୍କା ରୋଜଗାର କରିବାର ଥିଲା । ସେ ନିଜ ସହିତ ଅନେକ ବେରୋଜଗାର ମହିଳାଙ୍କୁ ନେଲେ ଏବଂ ୧୦୦ ଟଙ୍କା ଉଧାର ନେଇ ପାମ୍ପଡ ତିଆରି କରିବାର କାମ ଆରମ୍ଭ କଲେ । ଆଜି ତାଙ୍କଠି ୪୦ ହଜାର ମହିଳା କାମ କରନ୍ତି । ଏବଂ ପ୍ରତିବର୍ଷ ୨୦୦ କୋଟି ଟଙ୍କା ବାର୍ଷିକ ବ୍ୟବସାୟ । କେବଳ ଭାରତରେ ହିଁ ନୁହେଁ ସମଗ୍ର ଭାରତ ବର୍ଷରେ ଯଶବନ୍ତୀ ବେନଙ୍କ ଲିଜ୍ଜତ ପାମ୍ପଡ ପ୍ରସିଦ୍ଧ ଅଟେ । ଏବଂ ଏହି କାରଣରୁ ତାଙ୍କୁ ଇକୋନୋମିକ୍ ଟାଇମ୍ସ ଖବରକାଗଜରେ ସନ୍ ୨୦୦୨ରେ ମହିଳା ବ୍ୟବସାୟୀ ଭାବେ ପୁରସ୍କୃତ କରାଯାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ପାଖାପାଖି ସମସ୍ତ ସୁଯୋଗ ଏବଂ ପର୍ବପର୍ବାଣୀରେ ଭୋଜନ ପରେ ପାମ୍ପଡ ପରସା ଯାଏ । ଏହା ଦେଶର ପ୍ରତି ସହର ଏବଂ ଗାଁର ପ୍ରତି ଘରେ ଥାଏ । ଅର୍ଥାତ୍ ଏହି ବ୍ୟବସାୟରେ କ୍ୟାରିୟର ଉଜ୍ଜଳ ଅଛି । କୈାଣସି ବି ବ୍ୟକ୍ତି ଛୋଟ ବଡ ପରିମାଣରେ ପାମ୍ପଡ ବ୍ୟବସାୟ ଘର ଠାରୁ ଆରମ୍ଭ କରିପାରିବେ । ଏହି ବ୍ୟବସାୟରେ ଯେତେ ଅଧିକ ପରିଶ୍ରମ ହେବ, ସେତେ ଅଧିକ ଉତ୍ପାଦନ ମଧ୍ୟ ବଢ଼ିବ । ଏବଂ ଆମଦାନୀ ବି ସେତେ ଅଧିକ ହେବ ।