ମୃତ୍ୟୁ ସହ ସଂଘର୍ଷ କରୁଛି ଭଦ୍ରକ ନଳଗୋହିରା ଗାଁର ସାଗର : ରକ୍ତ କର୍କଟର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

22

କନକ ବ୍ୟୁରୋ : ସ୍ୱାମୀ ଚାଲିଗଲେ, ରୋଜଗାରିଆ ବଡ଼ପୁଅ ମଧ୍ୟ ଚାଲିଗଲା ଆଉ ନାତିର ମଧ୍ୟ ମୃତ୍ୟୁ ହେଲା । ଘରର ସଦସ୍ୟମାନଙ୍କ ବର୍ଷକ ମଧ୍ୟରେ ଅଚାନକ ମୃତ୍ୟୁ ପରେ ଏବେ ରକ୍ତକର୍କଟ ଭଳି ମାରାତ୍ମକ ରୋଗ ସହ ସଂଘର୍ଷ କରୁଛି ଘରର ଏକମାତ୍ର ଭବିଷ୍ୟତ ବଂଶଧର । ଆଉ ରକ୍ତ କର୍କଟରେ ବି ଜୀବନ ଅକାଳରେ ଚାଲିଯାଏ ଶୁଣିବା ପରେ ଏବେ ଏହି ପରିବାରଙ୍କ ଉପରେ ମାଡିଆସିଛି ଦୁଃଖର ପାହାଡ଼ ।

ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନଳଗୋହିରା ଗାଁର ସଂପଦ ପଣ୍ଡା । ଗୋଟିଏ ବର୍ଷରେ ତିନି ତିନୋଟି ଜୀବନ ଅକାଳରେ ଚାଲିଯାଇଥିବା ବେଳେ ଏବେ ଏହି ନାତିକୁ ହୋଇଛି ରକ୍ତ କର୍କଟ । ସଂପଦଙ୍କ ପୁଅ ବାସୁଦେବ ପଣ୍ଡା ଟେଣ୍ଡ୍ ହାଉସ ଓ ଅଟୋ ଚଳାଇ ପରିବାର ପୋଷୁଥିବା ବେଳେ ଏକମାତ୍ର ପୁଅ ସାଗରକୁ ନେଇ ସବୁ ବାପା ମା’ଙ୍କ ଭଳି ଦେଖିଥିଲେ ଅନେକ ସ୍ୱପ୍ନ । ହେଲେ ପୁଅକୁ କେମିତି ବଂଚାଇବେ ସେ ନେଇ ଯାହା ଜମିବାଡ଼ି ଥିଲା ସମସ୍ତ ସେସବୁକୁ ବିକ୍ରି କରିସାରିଛନ୍ତି ।

ଏହି ରୋଗରୁ ଭଲ ହେବାପାଇଁ ବହୁ ଅର୍ଥର ଆବଶ୍ୟକ ଥିବାବେଳେ ଗରିବ ବାପା ମା ଆଖିରୁ ଶୁଖୁନାହିଁ ଲୁହ । ଆଉ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି ସପରିବାର । ଆଉ ଜୀବନର ମାନେ କିଛି ଜାଣିବା ପୂର୍ବରୁ ୬ ବର୍ଷର ଶିଶୁ ଏବେ ଜିଉଁଛି ଏକ କଷ୍ଟଭରା ଜୀବନ ।

ଦେଖନ୍ତୁ ଏହି ଭିଡିଓ –