ବାଲେଶ୍ୱର ଦହପଡ଼ା ଗାଁରେ ଅଘଟଣ ! ଅଜଣା ପ୍ୟାକେଟ୍ ଖୋଲିବାରୁ ବିସ୍ଫୋରଣରେ ୨ ଜଣ ମହିଳାଙ୍କ ସମେତ ୩ ଜଣ ଆହତ

27

କନକ ବ୍ୟୁରୋ : ପାର୍ସଲ ବୋମା ଫୁଟି ୩ ଜଣ ଗୁରୁତର । ବାଲେଶ୍ୱର ଦହପଡ଼ା ଗାଁରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଏଭଳି ଅଘଟଣ । ବିସ୍ଫୋରଣରେ ମାଆ, ଝିଅଙ୍କ ସହ ଜଣେ ପଡ଼ୋଶୀ ଗୁରୁତର ହୋଇଛନ୍ତି । ଝିଅ ଓ ପଡ଼ୋଶୀଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

ଗାଁର ଉଷା ପ୍ରଧାନଙ୍କ ପିଣ୍ଡାରେ କେହି ଦୁର୍ବୃତ୍ତ ଏହି ପାର୍ସଲ ବୋମା ରଖିଥିବା ସନ୍ଦେହ କରାଯାଉଛି । ଉଷା ଓ ଝିଅ ରାତିରେ ଉଠି ପିଣ୍ଡାରେ ପ୍ୟାକେଟ୍ ପଡିଥିବା ଦେଖିଥିଲେ । ଜଣେ ପଡ଼ୋଶୀଙ୍କୁ ଡାକି ପ୍ୟାକେଟକୁ ଖୋଲିବାରୁ ବିସ୍ଫୋରଣ ହୋଇଥିଲା । ଉଷାଙ୍କ ସହ ତାଙ୍କ ଝିଅ ମାମା ପ୍ରଧାନ ଓ ପଡ଼ୋଶୀ ଯଶୋବନ୍ତ ପ୍ରଧାନ ଗୁରୁତର ଆହତ ହୋଇଛନ୍ତି । ପ୍ରଥମେ ସେମାନଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଅବସ୍ଥା ଗୁରୁତର ହେବାରୁ ଉଷା ପ୍ରଧାନଙ୍କ ଝିଅ ଓ ପଡ଼ୋଶୀଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।