ରାଉରକେଲା ବିଜେପିରେ ଫାଟ ! ସହରରେ ଲାଗିଥିବା ରଥଯାତ୍ରା ହୋଡିଂରୁ ଦିଲ୍ଲୀପ ରାୟ ବାଦ୍

22

କନକ ବ୍ୟୁରୋ : ଯାହା ଜଣାପଡୁଛି, ରାଉରକେଲା ବିଜେପିରେ ସବୁ କିଛି ଠିକଠାକ୍ ଚାଲିନାହିଁ । ରଥଯାତ୍ରା ପୂର୍ବରୁ ସହରରେ ଲାଗିଥିବା ବିଭିନ୍ନ ହୋର୍ଡିଂରୁ ସ୍ଥାନୀୟ ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କୁ ବାଦ୍ ଦିଆଯାଇଛି ।

ସହରରେ ଲାଗିଥିବା ହୋର୍ଡିଂରେ ପ୍ରଧାନମନ୍ତ୍ରୀ, ଜାତୀୟ ସଭାପତି ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ବସନ୍ତ ଦାସ ଓ ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓଙ୍କ ଫଟୋ ରହିଛି । କିନ୍ତୁ ହୋର୍ଡିଂରେ ଦିଲ୍ଲୀପ ରାୟ ନଥିବାରୁ ଲାଗିଥିବା ହୋର୍ଡିଂ ଓ ପୋଷ୍ଟରକୁ ଚିରି ଫିଙ୍ଗିଦେଇଛନ୍ତି କିଛି ଯୁବକ । ତେବେ ଏହାପଛରେ ଦିଲ୍ଲୀପ ରାୟଙ୍କ ସମର୍ଥକ ଥିବା ସନ୍ଦେହ କରାଯାଉଛି ।