ରହମାନଙ୍କ ସହ କାମ କରିବା ମୋର ସ୍ୱପ୍ନ ଥିଲା : ଶ୍ରୀଦେବୀ

81

ଫିଲ୍ମ ‘ଇଂଗ୍ଲିଶ୍ ଭିଂଗ୍ଲିଶ୍’ ରୁ ବଲିଉଡରେ ଦମଦାର୍ କମବ୍ୟାକ୍ କରିଥିଲେ ଅଭିନେତ୍ରୀ ଶ୍ରୀଦେବୀ । ଏବେ ସେ ନିଜର ଆଗାମୀ ଫିଲ୍ମ ‘ମମ୍’ ର ପ୍ରମୋଶନରେ ବ୍ୟସ୍ତ । ଆଉ ସଂଯୋଗ ବଶତଃ ଏହା ନିଜ କ୍ୟାରିୟରର ୩୦୦ ଫିଲ୍ମ ଅଟେ ।

ଏହି ଫିଲ୍ମ ‘ମମ୍’ ର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓସ୍କାର ବିଜେତା ଏ.ଆର୍ ରହମାନ୍ । ଶ୍ରୀଦେବୀ ଏହାକୁ ନେଇ ବହୁତ ଖୁସି । କାରଣ ତାଙ୍କର ଇଚ୍ଛା ଥିଲା ରହମାନଙ୍କ ସହ କାମ କରିବା । ଯାହା ଏବେ ପୂରଣ ହୋଇଛି । ଶ୍ରୀଦେବୀ କହିଛନ୍ତି , ‘ଯେତେବେଳେ ‘ମମ୍’ ର ନିର୍ଦ୍ଦେଶକ ରବି ଉଦୟବାର ଓ ମୁଁ ମିଶି ଫିଲ୍ମର କାମ ଆରମ୍ଭ କଲୁ , ଆମକୁ ଲାଗିଲା କି ଏଥିରେ ରହମାନ ରହିବା ଭଲ ହେବ । ତାଙ୍କ ସହ କାମ କରିବା ,ବହୁ ଦିନରୁ ଏହି ସ୍ୱପ୍ନ ମୋର ଥିଲା । ଆଉ ଏହି ସୈାଭାଗ୍ୟ ମିଳିଲା’ ।