ନିଯୁକ୍ତିକୁ ନେଇ ବଡ଼ ରାଜନୀତି ! ପୋଲିସ-ବିଜେପି କର୍ମୀ ମୁହାଁମୁହିଁ, ରାଜରାସ୍ତା ପାଲଟିଲା ରଣକ୍ଷେତ୍ର ।

131

କନକ ବ୍ୟୁରୋ : ରାଜରାସ୍ତାରେ ପୋଲିସ-ବିଜେପି କର୍ମୀ ଖଣ୍ଡଯୁଦ୍ଧ । ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରି ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛି ବିଜେପି ଯୁବ ମୋର୍ଚ୍ଚା । ହଜାର ହଜାର ଯୁବକ ବ୍ୟାରିକେଡ୍ ଭାଙ୍ଗି ବିଧାନସଭା ଆଡକୁ ମାଡି ଚାଲିଥିବା ବେଳେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା । ଆଉ ପୁଲିସ୍ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ । ସେପଟେ ଏହି ପ୍ରସଙ୍ଗରେ ବିଜେପି ବିଧାନସଭାରେ ହଙ୍ଗାମା କରିଥିବା ବେଳେ କଂଗ୍ରେସ ଉଭୟ ନିଯୁକ୍ତି ଏବଂ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରକୁ ଘେରିବାକୁ ଉଦ୍ୟମ କରିଛି ।

ପୁଲିସ-ବିଜେପି କର୍ମୀ ଖଣ୍ଡଯୁଦ୍ଧ । ରାଜରାସ୍ତା ପାଲଟିଲା ରଣକ୍ଷେତ୍ର । ନିଯୁକ୍ତିକୁ ନେଇ ବଡ଼ ରାଜନୀତି । ଲକ୍ଷ୍ୟ ଥିଲା, ବିଧାନସଭା ଘେରାଉକରି ନିଯୁକ୍ତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନୀତିକୁ ବିରୋଧ କରିବା  । ବିଜେପି ଯୁବ ମୋର୍ଚ୍ଚାର ହଜାର ହଜାର ଯୁବକ ଏକାଠି ହୋଇ, ଆଗକୁ ବଢ଼ି ଚାଲିଥିଲେ । ହେଲେ ଏମାନଙ୍କ ବାଟ ଯେତେବେଳେ ରୋକିବାକୁ ଉଦ୍ୟମ କରିଥିଲା ପୁଲିସ୍, ଆରମ୍ଭ ହୋଇଗଲା ଖଣ୍ଡଯୁଦ୍ଧ । ବ୍ୟାରିକେଟ୍ ଭାଙ୍ଗି ଆଗକୁ ବଢ଼ିବାକୁ ଉଦ୍ୟମ କରିବା ସହ ପୁଲିସ୍ ଉପରେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ ବିଜେପି ଯୁବ ମୋର୍ଚ୍ଚାର କର୍ମୀ ।

୧୯ ବର୍ଷର ଶାସନରେ ରାଜ୍ୟ ସରକାର ଯୁବକଙ୍କୁ ନିଯୁକ୍ତି ଦେବାରେ ବିଫଳ ହୋଇଥିବାରୁ ଓଡ଼ିଆ ଯୁବକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଥିବା ବିଜେପି ଅଭିଯୋଗ କରିଛି । ଆଉ ଏହାର ପ୍ରତିବାଦରେ ବିଧାନସଭା ଘେରାଉ କରିବା ସହ ସାର୍ଟିଫିକେଟ୍ ଫେରାଇବା ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲା ବିଜେପି ଯୁବମୋର୍ଚ୍ଚା । ଆଉ ଏପଟେ ବିଧାନସଭାରେ ରାଜ୍ୟ ସରକାରକୁ ଘେରିଛନ୍ତି ବିରୋଧୀ  । 

ନିଯୁକ୍ତି ପ୍ରସଙ୍ଗରେ ବିଜେପି ଗୃହରେ ହଙ୍ଗାମା କରିଥିବା ବେଳେ କଂଗ୍ରେସ ଉଭୟ ନିଯୁକ୍ତି ଏବଂ ଚାଷୀ ପ୍ରସଙ୍ଗରେ ରାଜ୍ୟ ସରକାରକୁ ଘେରିବାକୁ ଉଦ୍ୟମ କରିଛି । ଯାହା ଫଳରେ ଗୃହକାର୍ଯ୍ୟ ପ୍ରଭାବିତ ହୋଇଥିଲା । ବଡ କଥା ହେଉଛି ଯେଉଁ ନିଯୁକ୍ତି ପ୍ରସଙ୍ଗରେ ଖୋଦ୍ ମୋଦି ସରକାର ବ୍ୟାକଫୁଟରେ ଅଛନ୍ତି, ସେହି ସମାନ ପ୍ରସଙ୍ଗକୁ ନେଇ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି  । ଅନ୍ୟପଟେ ବେକାରୀ ଭତା ଏବଂ ଋଣ ଛାଡ଼ କଥା କହି ନବୀନ ସରକାରକୁ ଘେରିଛି କଂଗ୍ରେସ ।