କର୍ଣ୍ଣାଟକ ବିଧାନସଭାରେ ଆସ୍ଥା ଭୋଟର ପ୍ରକିୟା ଆରମ୍ଭ: ଭୋଟ ଆଗରୁ ବିଶ୍ୱାସ ମତ ଉପରେ ଚାଲିଛି ବିତର୍କ, ୨ କଂଗ୍ରେସ ବିଧାୟକ ଅନୁପସ୍ଥିତ

କୁମାରସ୍ୱାମୀ କହିଲେ, ଲୋକଙ୍କ ପାଇଁ କାମ କରିଛି ତାଙ୍କ ସରକାର

237

କନକ ବ୍ୟୁରୋ: କୁମାରସ୍ୱାମୀ ସରକାର ରହିବ କି ନାହିଁ ଆଜି ହେବ ନିଷ୍ପତି । ଏନେଇ କର୍ଣ୍ଣାଟକ ବିଧାନସଭାରେ ଆରମ୍ଭ ହୋଇଛି ଆସ୍ଥା ଭୋଟର ପ୍ରକ୍ରିୟା । ଆସ୍ଥା ଭୋଟ୍ ହେବା ପୂର୍ବରୁ ବିଧାନସଭାରେ ଆରମ୍ଭ ହୋଇଛି ଆସ୍ଥା ଭୋଟକୁ ନେଇ ଚର୍ଚ୍ଚା । ବିଶ୍ୱାସମତ ନେଇ ଗୃହରେ ନିଜର ଭାଷଣ ରଖିବା ବେଳେ କୁମାରସ୍ୱାମୀ କହିଛନ୍ତି ତାଙ୍କ ସରକାର ଲୋକଙ୍କ ପାଇଁ କାମ କରିଛି ।

ରାଜ୍ୟରେ କଂଗ୍ରେସ – ଜେଡିଏସ ମେଂଟ ସରକାର ଥିବାରୁ ଏହାକୁ ନେଇ ଅସନ୍ତୁଷ୍ଟ ଅଛି ବିଜେପି । ଏପରିକି ବାଚସ୍ପତିଙ୍କ ଗାରିମାକୁ କ୍ଷୂର୍ଣ୍ଣ କରିବାକୁ ଅପଚେଷ୍ଟା କରୁଛି ବିଜେପି । ଏପରି ବିତର୍କ ମଧ୍ୟରେ ଜେଡିଏସ-କଂଗ୍ରେସ ବିଧାୟକ ଗୃହରେ ବିଜେପିକୁ ଆକ୍ଷେପ କରିଛନ୍ତି । ଗୃହରେ ବିତର୍କ ପରେ ନିଆଯିବ ଆସ୍ଥା ଭୋଟ୍ । ଆଜି କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାରଙ୍କ ଖେଳ ବିଗାଡି ପାରନ୍ତି ୧୫ ବିଦ୍ରୋହୀ ବିଧାୟକା ଏମାନଙ୍କ ଇସ୍ତଫା ମଂଜୁର ହେଲେ କିମ୍ବା ତାଙ୍କୁ ଅଯୋଗ୍ୟ ଘୋଷିତ କରାଗଲେ, କୁମାରସ୍ୱାମୀ ସରକାରକୁୁ ୧୦୪ ସଂଖ୍ୟା ସାବ୍ୟସ୍ତ କରିବା କଷ୍ଟକର ହୋଇଯିବ ।

ଏବେ କୁମାରସ୍ୱାମୀ ସରକାରଙ୍କ ନିକଟରେ ୧୦୦ବିଧାୟକଙ୍କ ସମର୍ଥନ ରହିଛି । କିନ୍ତୁ ବିଜେପି ନିକଟରେ ୧୦୫ବିଧାୟକ ଅଛନ୍ତି ଏବଂ ୨ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ପରେ ଏହି ସଂଖ୍ୟା ୧୦୬ରେ ପହଞ୍ଚୁଛି । ସେଥିପାଇଁ ଆସ୍ଥା ଭୋଟରେ ଆଗରେ ବିଜେପି ରହିବା ନେଇ ଚର୍ଚ୍ଚା ଜୋର ଧରିଛି ।