ପୁଣି ଥରେ ବିଶ୍ୱସ୍ତରରେ ନିଜର ଚମକ ଦେଖାଇଲେ ‘ଗୋଲ୍ଡେନ୍ ଗାର୍ଲ’ ! ୧୫ ଦିନ ଭିତରେ ଜିତିିଲେ ୪ ସ୍ୱର୍ଣ୍ଣପଦକ ।

233

ଭାରତର ଗୋଲ୍ଡେନ୍ ଗାର୍ଲ ନାମରେ ପରିଚିତ ହୋଇଥିବା ଦ୍ରୁତ ଧାବିକା ହିମା ଦାସ ଏବେ ନିଜ ପ୍ରଦର୍ଶନକୁ ନେଇ ଖୁବ୍ ଚର୍ଚ୍ଚିତ ଅଛନ୍ତି । ନିଜ ସ୍ୱର୍ଣ୍ଣିମ ସଫଳତାର କ୍ର୍ରମ ଜାରି ରଖିଥିବା ହିମା ୧୫ ଦିନ ଭିତରେ ଚତୁର୍ଥ ସ୍ୱର୍ଣ୍ଣ ପଦକ ଜିତି ସାରିଛନ୍ତି । ସେ ଚେକ୍ ଗଣରାଜ୍ୟରେ ହେଉଥିବା ଟାବୋର୍ ଆଥେଳେଟିକ୍ ଟୁର୍ଣ୍ଣାମେଣ୍ଟ୍ ରେ ୨୦୦ ମିଟର ଇଭେଣ୍ଟ୍ ର ସ୍ୱର୍ଣ୍ଣପଦକ ନିଜ ନାଁରେ କରିଛନ୍ତି । ଏହି ରେସ୍ ବୁଧବାର ହୋଇଥିଲା ଯେଉଁଥିରେ ହିମା ୨୩.୨୫ ସେକେଣ୍ଡରେ ଦ୍ୱିତୀୟସ୍ଥାନରେ ଆସିଥିଲେ । ଚଳିତ ସିଜନ୍ ର ଏହି ରେସ୍ ତାଙ୍କର ସବୁଠାରୁ ଭଲ ପ୍ରଦର୍ଶନ ବୋଲି କୁହାଯାଉଛି । ପୁରୁଷ ବର୍ଗରେ ରାଷ୍ଟ୍ରୀୟ ରେକର୍ଡ କରିଥିବା ମହମ୍ମଦ ଅନସ୍ ୪୦୦ ମିଟରକୁ ୪୫.୪୦ ସେକେଣ୍ଡରେ ଜିତି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଅନସ୍ ପୂର୍ବରୁ ଜୁଲାଇ ୧୩ ରେ ରେସକୁ ୪୫.୨୧ ସମୟରେ ଜିତି ସ୍ୱର୍ଣ୍ଣ ପଦକ ଜିତିଥିଲେ । ଜୁଲାଇ ୨ ପରେ ଇଉରୋପରେ ହୋଇଥିବା ଟୁର୍ଣ୍ଣାମେଣ୍ଟ୍ ରେ ଏହି ପଦକ ହେଉଛି ହିମାଙ୍କ ଚତୁର୍ଥ ସ୍ୱର୍ଣ୍ଣପଦକ ।

ଜୁଲାଇ ୨ ତାରିଖରେ ପୋଲାଣ୍ଡରେ ହୋଇଥିବା ପ୍ରଥମ ରେସ୍ କୁ ସେ ୨୩.୬୫ ସେକେଣ୍ଡରେ ଜିତିଥିଲେ । ଆପଣଙ୍କୁ କହିରଖୁଛୁ ହିମାଙ୍କ ଜନ୍ମସ୍ଥାନ ଆସାମରେ ବର୍ତ୍ତମାନ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବନ୍ୟା କାରଣରୁ ଆସାମରେ ହୋଇଥିବା କ୍ଷତି ପାଇଁ ହିମା ନିଜ ଦରମାରୁ ଅଧା ବନ୍ୟା ପ୍ରପୀଡିତଙ୍କୁ ଦାନ କରିବା ପାଇଁ ଘୋଷଣା କରିଛନ୍ତିି ।