ଯାଜପୁର : ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଅଭିଯୋଗ

35

କନକ ବ୍ୟୁରୋ : ଯାଜପୁର ଧର୍ମଶାଳାରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପାଟପୁର ପଂଚାୟତ ଫାଜିଲପୁର ଗାଁରେ ନିର୍ବଚନୀ ପରବର୍ତ୍ତୀ ହିଂସା ଦେଖାଦେଇଛି । ସ୍ୱାଧୀନ ପ୍ରାର୍ଥୀଙ୍କ ସମର୍ଥକଙ୍କୁ ବିଜେଡି ପକ୍ଷରୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏଥିରେ ଜଣେ ମହିଳା ସମେତ ୫ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଧର୍ମଶାଳା ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଏନେଇ କଡା ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ବିପର୍ଯ୍ୟୟ ପରେ ରକ୍ତମୁଖା ହୋଇଛି ଶାସକ ଦଳ ।