ରାଜ୍ୟ ରାଜନୀତିରେ ଯୁବ ରାଜନେତାଙ୍କ ହେଲା ଅସ୍ତ : ବିଜେଡି ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ପ୍ରତିକ୍ରିୟା

39

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଓଡିଶା ରାଜନୈତିକ ଆକାଶରୁ ଅପସରି ଯାଇଛି ଏକ ଉଜ୍ୱଳ ନକ୍ଷତ୍ର । ମଧ୍ୟାହ୍ନରେ ସୂର୍ଯ୍ୟାସ୍ତ ପରି ବ୍ରହ୍ମଗିରିର ବାଦଶାହା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମାତ୍ର ୫୨ ବର୍ଷ ବୟସରେ ପରଲୋକ ହୋଇଛି । ରାଜ୍ୟ ରାଜନୀତିରେ ଜଣେ ବଳିଷ୍ଠ ରାଜନେତାଙ୍କୁ ହରାଇଲା ଓଡିଶା । ତାଙ୍କ ବିୟୋଗରେ କେବଳ କଂଗ୍ରେସ ଦଳର କ୍ଷତି ହୋଇ ନାହିଁ, ବରଂ ରାଜ୍ୟ ରାଜନୀତିର କ୍ଷତି ହୋଇଛି ।