ବାଲେଶ୍ୱର ସେଂଟ୍ରାଲ ସ୍କୁଲ ଛକ ନିକଟରେ ଦୁର୍ଘଟଣା : ଜଣେ ଛାତ୍ର ମୃତ

30

ବାଲେଶ୍ୱର : ବାଲେଶ୍ୱର ସେଂଟ୍ରାଲ ସ୍କୁଲ ଛକ ନିକଟରେ ବସ ଧକ୍କାରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା । ଦୁର୍ଘଟଣାରେ କେନ୍ଦ୍ରୀୟ ବିଦ୍ୟାଳୟର ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ରାସ୍ତା ଉପରେ ମୃତଦେହ ରଖି ଗ୍ରାମବାସୀ ମାନେ ଧାରଣାରେ ବସିଛନ୍ତି । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା । ଏହା ସହ ହେନ୍ତାପଡା ଛକ ନିକଟରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ସ୍ପିଡ ବ୍ରେକର କରିବାକୁ ଦାବି କରିଛନ୍ତି ।