ଡି-ବ୍ରଦର୍ସଙ୍କ ଷଡଯନ୍ତ୍ରରେ ସାମିଲ ବିଜେଡି କର୍ପୋରେଟର । ଟାର୍ଗେଟକୁ ରାସ୍ତାରୁ ହଟାଇବା ପାଇଁ ଅପରାଧୀକୁ ଯୋଗାଇ ଦେଇଥିଲେ ବନ୍ଧୁକ

24

କନକ ବ୍ୟୁରୋ: ଡି-ବ୍ରଦର୍ସ ଲିଙ୍କରେ ଗିରଫ ହୋଇ ଜେଲ ଗଲେ ବିଜେଡି କର୍ପୋରେଟର । ଏବେ ପୋଲିସ ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କ ୩ଟି ମୋବାଇଳ ଫୋନକଲ ଡିଟେଲ୍ସ ଖୋଳତାଡ କରୁଛି । ଏଥିରୁ ପୋଲିସ ଜାଣିବାକୁ ଚାହୁଁଛି କୁଖ୍ୟାତ ଡି-ବ୍ରଦର୍ସ ଗ୍ୟାଙ୍ଗ ସହ ଆଉ କେଉଁମାନେ ସଂପୃକ୍ତ । ତାଙ୍କ ଘର ଓ ମଙ୍ଗଳାବାଗରେ ଥିବା ଦୋକାନରେ ଚଢାଉ କରି ଅଧିକ ଖୋଳତାଡ ଚଳାଇଛି ପୋଲିସ ।

ଗତକାଲି କଟକ ୭ ନମ୍ବର ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ । ତେବେ କୋର୍ଟ ରଂଜିତାଙ୍କ ଜାମିନ ଆବେଦନକୁ ଖାରଜ କରିଦେବା ପରେ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଅନ୍ୟପଟେ ଦଳ ବିରୋଧୀ କାର୍ଯ୍ୟ ଓ ଅସମାଜିକ ବ୍ୟକ୍ତିଙ୍କ ସହ ସଂପର୍କ ରଖିଥିବା ଅଭିଯୋଗରେ ରଂଜିତା ବିଶ୍ୱାଳଙ୍କୁ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରାଯାଇଛି ।