ପଶ୍ଚିମ ଓଡିଶାର ଲୋକ ସଂଗୀତକୁ ସମ୍ମାନ : ୨୦୧୭ ଉସ୍ତାଦ୍ ବିଶମିଲ୍ଲା ଖାଁ ଯୁବା ସମ୍ମାନରେ ସମ୍ମାନିତ ହେବେ କଳାହାଣ୍ଡିର ସର୍ବେଶ୍ୱର ଭୋଇ

33

କନକ ବ୍ୟୁରୋ : ସଂଗୀତ ନାଟକ ଏକାଡେମୀ ଭାରତ ସରକାର ପକ୍ଷରୁ ୨୦୧୭ ଉସ୍ତାଦ୍ ବିଶମିଲ୍ଲା ଖାଁ ଯୁବା ସମ୍ମାନ ପାଇଁ କଳାହାଣ୍ଡି ଜିଲ୍ଲାର ଲୋକକଳା କଳାକାର ସର୍ବେସ୍ୱର ଭୋଇ ମନୋନୀତ ହୋଇଛନ୍ତି । ସମ୍ବଲପୁରୀ ଲୋକକଳା ଓ ଲୋକ ସଂଗୀତ କ୍ଷେତ୍ରରେ ଅବଦାନ ପାଇଁ ସର୍ବେଶ୍ୱର ରାଷ୍ଟ୍ରପତି ଠାରୁ ଏହି ସମ୍ମାନ ଗ୍ରହଣ କରିବେ ।

ପଶ୍ଚିମ ଓଡିଶାର ସୁନ୍ଦର ଲୋକକଳା ଓ ଲୋକ ସଂଗୀତକୁ ବିଶ୍ୱ ଦରବାରରେ ପରିଚିତ କରାଇଛନ୍ତି କଳାକାର ସର୍ବେଶ୍ୱର ଭୋଇ । କଳାହାଣ୍ଡି ଜିଲ୍ଲା ରେଖପୁରର ସର୍ବେଶ୍ୱର ପେସାରେ ଶିକ୍ଷକ ଆଉ ନିଶାରେ କଳାକାର । ବିନା ପ୍ରଶିକ୍ଷଣରେ ତାଙ୍କ ସ୍ୱର, ନୃତ୍ୟ ଓ ଲେଖନୀ ପଶ୍ଚିମ ଓଡିଶାର ଲୋକକଳା ଓ ସଂଗୀତକୁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପରିଚିତ କରାଇଛି । ଯାହାର ଫଳ ସ୍ୱରୂପ ସର୍ବେଶ୍ୱରଙ୍କୁ ସଂଗୀତ ନାଟକ ଏକାଡେମୀ ଭାରତ ସରକାର ପକ୍ଷରୁ ୨୦୧୭ ଉସ୍ତାଦ୍ ବିଶମିଲ୍ଲା ଖାଁ ଯୁବା ସମ୍ମାନରେ ସମ୍ମାନିତ କରିବା ପାଇଁ ପାଇଁ ମନୋନିତ କରାଯାଇଛି ।

ରାଷ୍ଟ୍ରୀୟ ସ୍ତରରେ ଏହି ସମ୍ନାନ ଘୋଷଣା ପରେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଆନୁଷ୍ଠାନ ପକ୍ଷରୁ ସର୍ବେଶ୍ୱରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଜିଲ୍ଲା ତଥା ରାଜ୍ୟସ୍ତରରେ ବହୁ ସମ୍ମାନର ଅଧିକାରୀ ସର୍ବେଶ୍ୱରଙ୍କ ଲୋକ ସଂଗୀତକୁ ଓଡିଆ ସିନେମା ‘’ପାହାଡର ଲୁହ’’ ‘’ଆଦିମ ବିଚାର’’ ପରଦାରେ ସ୍ଥାନ ମିଳିସାରିଛି । ‘ଆଦିମ ବିଚାର’ ସିନେମାରେ ସର୍ବେଶ୍ୱରଙ୍କ ‘’ଲିକିରୀ ଝିକିରୀ ଡାଲ କୁଲିଆ‘’ ଗୀତ ଓ ନୃତ୍ୟ ପରିବେଷଣ ଆନ୍ତର୍ଜାତୀୟ ଫିଲ୍ଲ ଫେଷ୍ଟିଭାଲରେ ସମ୍ମାନିତ ହୋଇସାରିଛି ।

ସୁଦୂର ଲଂଣ୍ଡନରେ ୧୦୧୭ ଇଂଟରନ୍ୟାସନାଲ ଟ୍ରାଇବାଲ ଫେଷ୍ଟିଭାଲରେ ତାଙ୍କ ସମ୍ବଲପୁରୀ ଲୋକଗୀତ ‘’ଡାଲଖାଇ’’ ‘’ରସରକେଲି’’ ନୃତ୍ୟରେ ଝୁମିଥିଲେ ବିଦେଶୀ । ଜାତୀୟ ସଂଗୀତ ନାଟକ ଏକାଡେମୀ ପକ୍ଷରୁ ୨୦୧୭ ଉସ୍ତାଦ୍ ବିଶ୍ମିଲ୍ଲା ଖାଁ ଯୁବା ସମ୍ମାନ ସର୍ବେଶ୍ୱରଙ୍କ ପାଇଁ ଆଉ ଏକ ମାଇଲିଖୁଂଟ ହୋଇଥିବା ବେଳେ ଉପାନ୍ତ ଆଚଂଳରେ ଲୋକକଳା ଓ ଲୋକ ସଂଗୀତର ସାଧନା କରୁଥିବା ଯୁବ ବର୍ଗ ପାଇଁ ନୂଆ ପ୍ରେରଣା ।