ବିଜେପୁର ରାଜନୀତି । ଆଜି ନାମାଙ୍କନ ଦାଖଲ କରିବେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ।

30

କନକ ବ୍ୟୁରୋ : ବିଜେପୁର ରାଜନୀତି ସରଗରମ । ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହି । ଅକ୍ଟୋବର ମାସରେ ବିଜେଡି ଛାଡି ତାଙ୍କ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଥିଲେ ଅଶୋକ । ସେ ୨ହଜାରରୁ ୨୦୦୪ମସିହା ପର୍ଯ୍ୟନ୍ତ ବିଜେପୁରରେ ବିଧାୟକ ଥିଲେ । ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁର ବିଧାନସଭା ଆସନ ପାଇଁ ଆସନ୍ତା ୨୪ ତାରିଖରେ ଉପନିର୍ବାଚନ ହେବ । ଆସନ୍ତା ୨୮ ତାରିଖରେ ଭୋଟ ଗଣତି ହେବ । ବିଜେପୁର ତିନି ପ୍ରମୁଖ ଦଳଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇଛି । ଏହି ଉପନିର୍ବାଚନକୁ ୨୦୧୯ ନିର୍ବାଚନ ପୂର୍ବରୁ ସେମିଫାଇନାଲ କୁହାଯାଉଛି ।

ଫାଇନାଲ ଫାଇଟ ପୂର୍ବରୁ ଲୋକଙ୍କ ମନ ଜିଣିବା ପାଇଁ କସରତ ଆରମ୍ଭ କରି ଦେଇଛନ୍ତି ଅଶୋକ । ତେବେ ଏହି ଉପନିର୍ବାଚନ ଏତେ ଅଶୋକଙ୍କ ପାଇଁ ଏତେ ସହଜ ହେବନି । କାରଣ ଅଶୋକଙ୍କ ବିରୋଧରେ ବିଜେଡି ସ୍ୱର୍ଗତଃ ରୀତା ସାହୁଙ୍କୁ ପ୍ରାର୍ଥୀ କରିଛି ।
ହାଛଡା ବିଜେଡି ଛାଡି ବିଜେପିରୁ ଲଢୁଥିବା ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ରାସ୍ତାରେ ଅନେକ କଣ୍ଟା ରହିଛି । ପ୍ରଥମତଃ ସେ ବିଜେଡି ଦଳରୁ ବିଜେପିକୁ ଆସିଥିବାରୁ ତାଙ୍କୁ ପୁରୁଣା ବା ବରିଷ୍ଠ ବିଜେପି ନେତା ସହଜରେ ଗ୍ରହଣ କରିପାରୁନାହାନ୍ତି ।

ଏପରିକି ପୂର୍ବରୁ ମଧ୍ୟ ଅଶୋକଙ୍କ ପ୍ରାର୍ଥତ୍ୱକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଏପରିକି ଅଶୋକଙ୍କୁ ଦଳରେ ମିଶାଇବା ପରେ ବିଜେପିର ବ୍ଲକ ସଭାପତି ନାରାୟଣ ସାହୁ ବିଜେପିରୁ ଇସ୍ତଫା ଦେଇ ବିଜେଡି କ୍ୟାମ୍ପରେ ସାମିଲ ହୋଇଛନ୍ତି । ଏପରିକି ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ମଧ୍ୟ ଅଶୋକଙ୍କୁ ନେଇ ଦଳ ଭିତରେ ଅସନ୍ତୋଷ ଦାନା ବାନ୍ଧୁଛି ।

ଏପରିକି ଅଶୋକଙ୍କ ପ୍ରାର୍ଥୀତ୍ୱକୁ ଚ୍ୟାଲେଞ୍ଜ କରି ଗତକାଲି ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାର ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ପ୍ରମୋଦ କୁମାର ଛତର ରଣହୁଙ୍କାର ଦେଇଛନ୍ତି । ଅଶୋକଙ୍କୁ ଅନ୍ୟ ଦଳରୁ ପ୍ରାର୍ଥୀ କରି ଦଳ ପୁରୁଣା କର୍ମୀଙ୍କୁ ଅଣଦେଖା କରୁଛି । ତେଣୁ ପ୍ରମୋଦ ନିଜେ ସ୍ୱାଧୀନ ପ୍ରାର୍ଥୀ ଭାବେ ଅଶୋକଙ୍କ ବିରୋଧରେ ଲଢିବାକୁ ସ୍ଥିର କରିଛନ୍ତି । ଯାହା ଅଶୋକଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି ।