ବୟସ୍କ ମହିଳାଙ୍କୁ ଦେଖିବା ପାଇଁ ଲୋକଙ୍କ ଲମ୍ବା ଲାଇନ । ସାକ୍ଷାତ ପାଇଁ ଆସୁଛନ୍ତି ବଡ ବଡ ଷ୍ଟାର । 

50

ପ୍ରାଚୀନ ମନ୍ଦିରକୁ ନେଇ ପ୍ରସିଦ୍ଧି ଲାଭ କରିଥିବା  ମଧ୍ୟପ୍ରଦେଶର ଖଜୁରାହୋ ସହର କିନ୍ତୁ ଏବେ ଚା ବିକ୍ରିକରୁଥିବା ଜଣେ ବୃଦ୍ଧାଙ୍କୁ  ନେଇ ଚର୍ଚାରେ ରହିଛି । ବଲିଉଡର ଷ୍ଟାର ଅଭିନେତା ଜ୍ୟାକିଶ୍ରଫ, ଶେଖର କପୁର ତାଙ୍କୁ କେବଳ ସାକ୍ଷାତ କରିନାହାନ୍ତି ବରଂ ସୋସିଆଲ ମିଡିଆରେ ତାଙ୍କ ଚା’ର  ପ୍ରଶଂସା କରିଛନ୍ତି ।

ଏହି ବୃଦ୍ଧା ଜଣକ ହେଉଛନ୍ତି ହାର୍ଦ୍ଦି ବାଇ ରକୱାର । ଖଜୁରାହୋର ପଶ୍ଚିମ ଅଂଚଳର ମନ୍ଦିରଗୁଡିକ  ନିକଟରେ  ଷ୍ଟେଟବ୍ୟାଙ୍କ  ସାମ୍ନାରେ  ସେ ଝାଟିମାଟି ଘ୍େର ରହୁଛନ୍ତି । ତାଙ୍କ ସ୍ୱାମୀଙ୍କ ମୃତ୍ୟୁପରେ ତାଙ୍କୁ କେହି ସାହାଯ୍ୟ କରିନଥିଲେ । ତେଣୁ ସେ ଘର ଚଳାଇବା ପାଇଁ ନିଜ ଘର ପାଖରେ ଚା ଷ୍ଟଲ ଖୋଲିଥିଲେ । ଆଜି  ଶହେ ବର୍ଷରେ ବି ସ୍ୱାଦିଷ୍ଟ ଚା’  ତିଆରି କରିପାରୁଛନ୍ତି ହରଦି  ।

ଫିଲ୍ମ ଫେଷ୍ଟିଭାଲରୁ ଟାଇମ ବାହାର କରି ଏହି ବୃଦ୍ଧାଙ୍କ ନିକଟକୁ ଆସିଥିଲେ ଜାକିଶ୍ରଫ । ପାଖରେ ବସି ତାଙ୍କ ହାଲଚାଲ ବୁଝିବା ସହ ଚା’ପିଇଥିଲେ । ପରେ ତାଙ୍କର  ପ୍ରଶଂସା କରିବା ସହ ଖୁସିରେ ଫଟୋ ଉଠାଇଥିଲେ ଜ୍ୟାକି ।

ହରଦିଙ୍କୁ ପ୍ରଶଂସା କରି ଟ୍ୱିଟ କରିଥିଲେ ଶେଖର କପୁର । ସେ କହିଥିଲେ ମୁଁ ଖୁସି ପାଇବା ପାଇଁ ସାରା ବିଶ୍ୱ ବୁଲୁଛି କିନ୍ତୁ ହରଦି ଖଜୁରାହୋରେ  ରହି ଅତ୍ୟନ୍ତ ଖୁସି ଅଛନ୍ତି । ନେହେରୁଙ୍କ ଠାରୁ ଆରମ୍ଭ କରି ଅନେକ  ବଡ ବଡ ସେଲିବ୍ରିଟି ତାଙ୍କ ପାଖରୁ  ଚା’ ପିଇଛନ୍ତି । ସେ କିନ୍ତୁ ସାଧରଣ ଜୀବନ ବିତାଉଛନ୍ତି । ଏହା ହେଉଛି ତାଙ୍କର ମହାନତା ।