ଦୃଢ଼ ଇଚ୍ଛା ଶକ୍ତିକୁ ସଲାମ୍ ! ଇକୋନୋମିକ୍ସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ୯୮ ବର୍ଷିୟ ରାଜକୁମାର ବୈଶ୍ୟ 

38

ପାଠ ପଢ଼ିବାର କୌଣସି ବୟସ ନଥାଏ । ସଫଳତା ହାସଲ କରିବା ପାଇଁ ବୟସ ବାଧକ ସାଜେ ନାହିଁ । ତେବେ ଏଥିପାଇଁ ଦୃଢ଼ ସଙ୍କଳ୍ପ ଓ କଠିନ ପରିଶ୍ରମ ଜରୁରୀ । ଏହିପରି କିଛି କରି ଦେଖାଇଛନ୍ତି ବିହାରର ରାଜକୁମାର ବୈଶ୍ୟ । ୯୮ ବର୍ଷିୟ ରାଜକୁମାର ପରିଣତ ବୟସରେ ସ୍ନାତକୋତ୍ତର ଡିଗ୍ରି ହାସଲ କରିଛନ୍ତି । ବିହାର ନିବାସୀ ରାଜକୁମାର ୯୮ ବର୍ଷ ବୟସରେ ଏମଏ ଡିଗ୍ରୀ ହାସଲ କରିଛନ୍ତି । ଆଉ ଏପରି କରି ସମସ୍ତଙ୍କ ପାଇଁ ଉଦାହଣ ସୃଷ୍ଟି କରିଛନ୍ତି ସେ । ଚଳିତ ମାସରେ ପାଟଣାରର ନାଳନ୍ଦା ବିଶ୍ୱବିଦ୍ୟାଳୟରୁ ସେ ଏହି ଡିଗ୍ରୀ ହାସଲ କରିଛନ୍ତି । ସେ ଯେତେବଳେ ନିଜର ସାର୍ଟିିଫିକେଟ୍ ନେବା ପାଇଁ ପହଞ୍ଚିଥିଲେ ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ତାଙ୍କର ଦୃଢ଼ ମନୋବଳକୁ ସଲାମ କରିଥିଲେ ।

ସେ ଦ୍ୱିତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଛନ୍ତି । ରାଜକୁମାର କହିଛନ୍ତି, ମୁଁ ନିଜର ଅଧୁରା ସ୍ୱପକୁ ପୂରଣ କରିଛି । ଦୁଇ ବର୍ଷ ପୂର୍ବରୁୁ ମନସ୍ଥ କରିଥିଲି । ପରିଣତ ବୟସରେ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ହାସଲ କରିଥିବା ଯୋଗୁଁ ରାଜକୁମାର ବୈଶ୍ୟଙ୍କୁ ଲିମକା ବୁକ ଅଫ ୱାଲ୍ଡ ରେକର୍ଡ଼ ସ୍ଥାନ ପାଇଛି । ନିରନ୍ତର ଚେଷ୍ଟାର ହିଁ ସଫଳତାର ହାସଲ କିରବାର ସୂତ୍ର ବୋଲି ସେ ଯୁବଗୋଷ୍ଠୀଙ୍କୁ ଉପଦେଶ ଦେଇଛନ୍ତି । ରାଜକୁମାର ୧୯୩୮ରେ ଅର୍ଥନୀତିରେ ଆଗ୍ରା ବିଶ୍ୱିଦ୍ୟାଳୟରୁ ଗ୍ରାଜୁଏସନ୍ କରିଥିଲେ ରାଜକୁମାର । ସେ ତାଙ୍କର ସଫଳତାର ସମସ୍ତ ଶ୍ରେୟ ତାଙ୍କ ବୋହୁ ଭାରତୀ ଓ ପାଟଣା କଲେଜର ଇତିହାସ ପ୍ରାଧ୍ୟାପକଙ୍କୁ ଦେଇଛନ୍ତି । ସେ ଯାହା ବି ହେଉ ପରିଣତ ବୟସରେ ପାଠ ପଢ଼ି ପରୀକ୍ଷା ସବୁଠାରୁ ବଡ଼ କଥା ।