ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ପକ୍ଷରୁ ଓଡିଶାରେ ବିଶାଳ ଶିଶୁ ମହୋତ୍ସବ : ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାଇଲେ ୫୦ ହଜାର ଛାତ୍ରଛାତ୍ରୀ

87

କନକ ବ୍ୟୁରୋ :  ଭୁବନେଶ୍ୱର ବରମୁଣ୍ଡା ପଡିଆରେ ବିଶାଳ ଶିଶୁ ମହୋତ୍ସବ ଉଦଘାଟିତ ହୋଇଛି । ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ, ଓଡିଶା ପକ୍ଷରୁ ଏହି ବିଶାଳ ଶିଶୁ ମହୋତ୍ସବ ଆଜିଠାରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି ।

ଏହି ଅବସରରେ ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିଅମଠାରେ ୫୦ ହଜାର ଛାତ୍ରଛାତ୍ରୀ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି । କଣ୍ଠଶିଳ୍ପୀ ଲକ୍ଷ୍ମୀକାନ୍ତ ପାଲିତ ଏହାର ସଙ୍ଗୀତ ପରିଚାଳନା କରିଛନ୍ତି ।