ଭୁବନେଶ୍ୱର : ଘନକୁହୁଡିରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ

21

କନକ ବ୍ୟୁରୋ : କୁହୁଡି ବଳୟରେ ରାଜଧାନୀ । ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ କମିଥିବା ବେଳେ ଆଜି ସକାଳୁ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିଛି । ଘନ କୁହୁଡିର ଆସ୍ତରଣ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । କୁହୁଡି ଯୋଗୁଁ ରାଜଧାନୀରେ ଗାଡି ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଲୋକେ ସକାଳୁ ସକାଳୁ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅତି ନିକଟରୁ ରାସ୍ତାଘାଟ ମଧ୍ୟ ଦେଖାଯାଉନଥିଲା । କୁହୁଡି ଯୋଗୁଁ ରାସ୍ତାରେ ଗାଡିଗୁଡିକ ଲାଇଟ୍ ଦେଇ ଯା’ ଆସ କରିବାର ଦେଖିବାକୁ ମିଳିଥିଲା ।

ଦେଖନ୍ତୁ ଏହି ଭିଡିଓ :