ରାଜଧାନୀରେ ମାତାଲ୍ ଝିଅ ! ଅଶ୍ରାବ୍ୟ ଭାଷାରେ ପୁଲିସକୁ ଦେଲେ ଗାଳି

109

କନକ ବ୍ୟୁରୋ : ରାତି ଅଧରେ ମଝି ରାସ୍ତାରେ ମାତାଲ୍ ଯୁବତୀଙ୍କ ହାଇପ୍ରୋଫାଇଲ ଡ୍ରାମା । ମଦ ପିଇ ରାସ୍ତାରେ ପଡିଥିବା ବେଳେ ପୁଲିସ୍ ତାଙ୍କୁ ଉଠାଇବାକୁ ଯାଇ ହଟହଟା ହୋଇଛି । ଯୁବତୀ ଏକ୍ ପୁଲିସ ଅନେକ୍ । ତଥାପି ଯୁବତୀଙ୍କୁ କାବୁ କରି ପାରୁ ନଥିଲେ ପୁଲିସବାଲା । ବେଶ ପୋଷାକରୁ ଯୁବତୀ ଜଣକ ସଂଭ୍ରାନ୍ତ ପରିବାରର ଲାଗୁଥିଲେ ବି ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ । ମନକୁ ଯାହା ଆସୁଥିଲା କହୁଥିଲେ ଏହି ଅଣ ଓଡିଆ ଯୁବତୀ । ମହିଳା ପୁଲିସ୍ ସହ ପୁରୁଷ ପୁଲିସ୍ ବି ନୟାନ୍ତ ହୋଇ ପଡିଥିଲା ଯୁବତୀଙ୍କ ଏହି ହାଇ ପ୍ରୋଫାଇଲ ଡ୍ରାମା ଦେଖି । ପୁଲିସ୍ ବାବୁ ହାତ ଯୋଡି ନେହୁରା ହେଲା ପରେ ବି କିଛିବି ଶୁଣିବାକୁ ରାଜି ନଥିଲେ ଏହି ଅବୁଝା ଅଣ ଓଡିଆ ଯୁବତୀ । ଏପରିକି ପୁଲିସ୍ ଉପରକୁ ହାତ ଉଠାଇବାକୁ ବି ପଛାଇ ନଥିଲେ । କେବଳ ପୁଲିସର ଭୁଲ୍ ଏତିକି ଥିଲା ରାସ୍ତା କଡରେ ପଡିଥିବା ଏହି ମାତାଲ ଯୁବତୀଙ୍କୁ ରାସ୍ତାରୁ ଉଦ୍ଧାର କରିଥିଲା ।

ତେବେ ଯୁବତୀ ଜଣକ ନିଜ ଜିଦରେ ଅଟଳ ଥିଲେ । ନା ନିଜର ଠିକଣା କହୁଥିଲେ ନା ଥାନାକୁ ଯାଉଥିଲେ । ପୁଲିସ୍ ସହ ଚାଲିଥିଲା ଧସ୍ତା ଧସ୍ତି । ବଳ ପୂର୍ବକ ପୁଲିସ୍ ଯୁବତୀଙ୍କୁ ଥାନାକୁ ନେବା ପରେ ଯାହା ଘଟିଲା ତାହା ଆପଣଙ୍କୁ ତାଜୁବ କରିଦେବ । ଥାନା ଭିତରେ ଯୁବତୀ ଜଣକ ଉଲଗ୍ନ ହୋଇ ଥାନାର ଆସବାପତ୍ରକୁ ଭଙ୍ଗାରୁଜା କରିଥିଲେ । ବୁଝାଶୁଝା ପରେ, ଥାନାର ବଡବାବୁଙ୍କ ଚୌକିରେ ବସି ପୁଲିସକୁ ଟ୍ୟୁସନ୍ କରିଥିଲେ । ଏବେ ବି ପୁଲିସ ଯୁବତୀଙ୍କ ପ୍ରକୃତ ପରିଚୟ ପାଇ ପାରିନଥିବା ବେଳେ, ଆଧାରକାର୍ଡ, ମୋବାଇଲ ଫୋନ୍ , ଏକ ହୋଟେଲର ଚାବି ଓ ନଗଦ ୫୦ ହଜାର ଟଙ୍କା ଜବତ କରି ଛାନଭିନ ଚଳାଇଛି ।

ଅଭିଯୁକ୍ତ ଯୁବତୀଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲଣ କରିଛି । ତେବେ ଏହି ଯୁବତୀ ଜଣକ କିଏ ? କାହିଁକି ଆସିଲେ ଭୁବନେଶ୍ୱର ? ୫୦ ହଜାର ଟଙ୍କା ଧରି ଫୁଟପାଥରେ କାହିଁକି ଶୋଇଥିଲେ ଯୁବତୀ ? ଏସବୁର ଉତ୍ତର ଏବେ ବି ପୁଲିସ୍ ପାଇନି ।