ବାନ୍ଧିରଖିପାରିଲାନି କୋଟି କୋଟି ଟଙ୍କାର ବ୍ୟବସାୟ ମୋହ । ସବୁ ଛାଡି ଜୈନ ଧର୍ମ ଗ୍ରହଣ କଲେ ଗୁଜରାଟର ପୂରା କୋଠାରୀ ପରିବାର

178

କନକ ବ୍ୟୁରୋ: କୋଟି କୋଟି ଟଙ୍କାର ମୋହ ଛାଡ଼ି ସନ୍ୟାସକୁ ଆପଣାଇଲା ଭିୱାଣ୍ଡିର କୋଠାରୀ ପରିବାର । ଗୁଜରାଟ ଭିୱାଣ୍ଡିର ଗୋକୁଳନଗରରେ ରହୁଥିବା ବିଶିଷ୍ଟ ବ୍ୟବସାୟୀ ତଥା କୋଟି କୋଟି ଟଙ୍କାର ବ୍ୟାବସାୟିକ ସାମ୍ରାଜ୍ୟର ମାଲିକ ରାକେଶ କୋଠାରୀଙ୍କ ପୂରା ପରିବାର ଜୈନ ଧର୍ମରେ ଦୀକ୍ଷିତ ହେବା ସହ ସନ୍ୟାସ ବ୍ରତକୁ ଆପଣାଇଛନ୍ତି ।

ପରିବାରର ସମସ୍ତେ ଅର୍ଥାତ୍ ରାକେଶ କୋଠାରୀ, ତାଙ୍କ ପତ୍ନୀ ସୀମା, ପୁଅ ମିତ୍ ଓ ଝିଅ ଶୈଳୀ ଜୈନ ଧର୍ମ ଗ୍ରହଣ କରିଛନ୍ତି । ମୋକ୍ଷପ୍ରାପ୍ତି ପାଇଁ ସମସ୍ତେ ଜୈନଧର୍ମ ଗ୍ରହଣ କରିଥିବା କହିଛନ୍ତି । ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରଖାଯାଇଥିବା ବେଳେ ଶହ ଶହ ଜୈନ ସନ୍ଥ ଯୋଗ ଦେଇଥିଲେ । ଶ୍ରୀଜୟଭୂଷଣ ବିଜୟଜୀଙ୍କ ଦିଗଦର୍ଶନରେ ସମ୍ପନ୍ନ ହୋଇଥିଲା କାର୍ଯ୍ୟକ୍ରମ ।