ବଜାରରେ ମିଳୁଥିବା ମିନେରାଲ ପାଣି ବୋତଲରେ ଥାଆନ୍ତି ଲକ୍ଷ ଲକ୍ଷ ଜୀବାଣୁ ! କ’ଣ ଏବେ ବି କିଣା ପାଣି ପିଇବାକୁ ଚାହିଁବେ ?
ଆପଣ ପ୍ରକୃତରେ ଶୁଦ୍ଧ ପାଣି ଚକ୍କରରେ ମିନେରାଲ ୱାଟର କିମ୍ବା ଆରଓ ୱାଟରକୁ ପ୍ରାଥମିକତା ଦିଅନ୍ତି । ସେଥିପାଇଁ ଯେବେ ବି ଘରୁ ବାହାରକୁ ଯାଉଛନ୍ତି, ତେବେ ମିନେରାଲ ୱାଟର ବୋଟଲ କିଣନ୍ତି । ସଫା ପାଣି ତ ଆମେ କିଣିଥାଉ କିନ୍ତୁ ଆମେ ଭୁଲିଯାଉ କି ସେହି ବୋତଲରେ ପୂର୍ବରୁ କେତେ ଭାଇରସ୍ ଅଛନ୍ତି । ଆଜିକାଲି ପାଣି ବିଶୁଦ୍ଧ କରିବା ଯନ୍ତ୍ର ଲଗାଇକି ଭାବୁ କି ଆମେ ଶୁଦ୍ଧ ପାଣି ପିଉଛୁ ଓ ଏହାଦ୍ୱାରା ରୋଗ ହେବନି । କିନ୍ତୁ ଆମେ ପ୍ୟୁରିଫାୟରରୁ ପାଣିକୁ ପ୍ଲାଷ୍ଟିକ ବୋତଲରେ ଭର୍ତ୍ତି କରିଥାଉ । ଏହି ବୋତଲ ଗୁଡିକରେ ଆପଣଙ୍କ ଅନୁମାନ ଠାରୁ ଅଧିକ ବ୍ୟାକ୍ଟେରିଆ ଥାଆନ୍ତି, ଯାହା ଆପଣଙ୍କୁ ରୋଗିଣା କରିଦେବ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ବୋତଲରେ ଜମା ଏହି ଜୀବାଣୁ ମଧ୍ୟରୁ ପାଖାପାଖି ୬୦ ପ୍ରତିଶତ ଏମିତି ଥାଆନ୍ତି, ଯାହା ଆପଣଙ୍କୁ ରୋଗିଣା କରିଦେବେ । ଏହାଦ୍ୱାରା ଆପଣଙ୍କୁ ଡାଇରିଆ, ଫୁଡ୍ ପଏଜନିଙ୍ଗ, ବାନ୍ତି ଆଦି ପେଟ ରୋଗ ହୋଇପାରେ । ସେହି ବୋତଲ ଗୁଡିକ ହିଁ ଅଧିକ ସମସ୍ୟା ସୃଷ୍ଟି କରନ୍ତି , ଯାହାର ପ୍ରୟୋଗ ବାରମ୍ବାର ମୁହଁ ଲଗାଇ କରାଯାଏ ଓ ତାହାର ସଫେଇ ଠିକରେ କରାଯାଏନି ।
ପାଣି ବୋତଲ ନିର୍ମାଣ ସମୟରେ ପଲିମରର ପ୍ରୟୋଗ କରାଯାଇଥାଏ, ଯାହା ପାଣିର ତାପମାତ୍ରା ଆଧାରରେ ପ୍ରତିକ୍ରିୟା କରେ । ଏମିତିରେ ତାହା ପିଇବା ପାଣିକୁ କ୍ଷତିକାରକ କରିଦେଇପାରେ । ସେଥିପାଇଁ ଆପଣ ଯଦି ପାଣି ବୋତଲ କିଣୁଛନ୍ତି, ତେବେ ଭଲ ପ୍ଲାଷ୍ଟିକ ବୋତଲର ପ୍ରୟୋଗ ହିଁ କରନ୍ତୁ । ଏଥିରୁ ବର୍ତ୍ତିବା ପାଇଁ କିଛି ସମୟ ବ୍ୟବଧାନରେ ପାଣି ବୋତଲ ବଦଳାନ୍ତୁ । ବୋତଲର ବ୍ୟବହାର କରିବା ପୂର୍ବରୁ ଭଲ ଭାବରେ ସଫା କରନ୍ତୁ । ହେବ ଯଦି ପ୍ଲାଷ୍ଟିକ ସ୍ଥାନରେ ମେଟାଲ ବୋତଲ ବ୍ୟବହାର କରନ୍ତୁ ।