କଳା ପତାକା ପ୍ରଦର୍ଶନକୁ ସ୍ଥଗିତ ରଖିଲା ଭାଷା ଆନ୍ଦୋଳନ ସଂଗଠନ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: କଳା ପତାକା ପ୍ରଦର୍ଶନକୁ ସାମୟିକ ଭାବେ ସ୍ଥଗିତ ରଖିଛି ଭାଷା ଆନ୍ଦୋଳନ । ଓଡିଆ ଭାଷାକୁ ସରକାରୀ କ୍ଷେତ୍ରରେ କାର୍ଯ୍ୟକାରୀତା ନେଇ କରାଯାଉଥିବା ପ୍ରତିବାଦକୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ସାମୟିକ ଭାବେ ସ୍ଥଗିତ ରଖଯାଇଥିବା ଭାଷା ଆନ୍ଦୋଳନ ସଂଗଠନ ତାର ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି । । ଅଗଷ୍ଟ ୧୫ ସୁଦ୍ଧା ଓଡିଆ ଭାଷାକୁ ସରକାରୀସ୍ତରରେ କାର୍ଯ୍ୟକାରୀ କରିବା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ । ସରକାରଙ୍କ ନୂତନ ପଦକ୍ଷେପକୁ ଭାଷା ଆନ୍ଦୋଳନ ପକ୍ଷରୁ  ସର୍ତମୂଳକ ଭାବେ ଗ୍ରହଣ କରାଯାଇଛି । ଭାଷା ଆଇନ୍ ଉଲଂଘନକାରୀଙ୍କ ବିରୋଧରେ ଦଣ୍ଡ ବିଧାନ ପାଇଁ ଦାବି କରିଛି ସଂଗଠନ ।