ବିଜେଡି ବନାମ ବିଜେଡି ! ବୈଜୟନ୍ତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭର୍ତୃହରି

25

କନକ ବ୍ୟୁରୋ : ସାଂସଦ ବନାମ ସାଂସଦ । କଟକର ବିଜେଡି ସାଂସଦ ଭର୍ତୃହରି ମହତାବ ବନାମ କେନ୍ଦ୍ରାପଡାର ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା । ବୈଜୟନ୍ତଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭର୍ତୃହରି । କିଛି ଦିନ ତଳେ ସଂସଦୀୟ ଦଳ ମୁଖପାତ୍ର ପଦରୁ ବୈଜୟନ୍ତଙ୍କୁ ବହିଷ୍କୃତ କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରତିକ୍ରିୟାରେ ବୈଜୟନ୍ତ କହିଥିଲେ, କଟକ ସାଂସଦ ଭର୍ତୃହରି ମହତାବ ଦଳ ପ୍ରସଙ୍ଗରେ ତାଙ୍କଠୁ ଅଧିକ ଲେଖା ଲେଖୁଛନ୍ତି ଏବଂ କହୁଛନ୍ତି । ଇସାରା ଇସାରାରେ କହିଥିଲେ, ନବୀନ ଭର୍ତୃହରିଙ୍କ ଉପରେ କୌଣସି କାର୍ଯାନୁଷ୍ଠାନ ନେଉନାହାଁନ୍ତି । ଆଜି ଏହା ଉପରେ ମତ ରଖିଛନ୍ତି ଭର୍ତୃହରି ।