ଭଂଜନଗର: ଜଗନ୍ନାଥପ୍ରସାଦ ବ୍ଲକରେ ପ୍ରାକ ନିର୍ବାଚନୀ ହିଂସା,ବିଜେଡି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ

39

କନକ ବ୍ୟୁରୋ : ଭଂଜନଗର ଜଗନ୍ନାଥପ୍ରସାଦ ବ୍ଲକରେ ପ୍ରାକ ନିର୍ବାଚନୀ ହିଂସା । ଗତକାଲି ରାତିରେ ବିଜେଡି-କଂଗ୍ରେସ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଉଭୟ ପକ୍ଷରୁ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣାରେ ୫ ଜଣଙ୍କୁ ଥାନାରେ ଅଟକ ପୁଲିସ । କଂଗ୍ରେସ ସମର୍ଥୀତ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘର ଉପରକୁ କିଛି ଦୁର୍ବୃତ୍ତଟେକା ପଥର ମାଡ କରିଥିଲେ । ଏହା ପରେ କଂଗ୍ରେସ ଓ ବିଜେଡିର ସ୍ଥାନୀୟ କର୍ମୀମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା ।

ଦେଖନ୍ତୁ ଏହି ଭିଡିଓ :