ଆଜି ବାରବାଟୀରେ ମହାସମର: ମୋର୍ଗାନଙ୍କ ଟିମକୁ ଟକ୍କର ଦେବ ଟିମ୍ ଇଣ୍ଡିଆ

33

କନକ ବ୍ୟୁରୋ : ଭାରତ-ଇଂଲଣ୍ଡ ଦିନିକିଆ ଲଢେଇ ପାଇଁ ବାରବାଟୀ ପୁରା ପ୍ରସ୍ତୁତ । ଆଉ ଫ୍ୟାନ ବି ବିରାଟ ବାହିନୀଙ୍କ ରନ ବର୍ଷା ଦେଖିବାକୁ ଆଶା ବାନ୍ଧି ବସିଛନ୍ତି । ଗତକାଲି ଦୁଇଦେଶର ଟିମ ଭୁବନେଶ୍ୱରରେ ପହଂଚିବାପରେ ସନ୍ଧ୍ୟାରେ ବାରବାଟୀରେ ଅଭ୍ୟାସ ମଧ୍ୟ କରିଥିଲେ । ଆଜି ହେବାକୁ ଥିବା ଦିବାରାତ୍ର ମ୍ୟାଚþ ପାଇଁ ସମଗ୍ର ଓଡିଶାରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଗୁରୁବାର ମ୍ୟାଚ ଜିତି ବାରବାଟୀରେ ବିରାଟ ବାହିନୀ ଶୃଂଖଳାର ବିଜୟ ମୁଣ୍ଡି ମାରିବ ବୋଲି କ୍ରିକେଟ ପ୍ରେମୀ ଆଶାରଖିଛନ୍ତି ।

ବାରବାଟୀ ଟିମ ଇଣ୍ଡିଆ ପାଇଁ ସବୁବେଳେ ଲକି ରହିଆସିଛି । ବାରବାଟୀରେ ଏକ ଦିବସୀୟ ମ୍ୟାଚରେ ଭାରତର ପ୍ରଦର୍ଶନ ଭଲ ରହିଛି । ଏହି ଗ୍ରାଉଣ୍ଡରେ ଭାରତ ମୋଟ ୧୫ଟି ଦିନିକିଆ ଖେଳିଥିବାବେଳେ ସେଥିମଧ୍ୟରୁ ୧୧ଟିରେ ବିଜୟୀ ହୋଇଛି । ଟିମ ଇଣ୍ଡିଆ ଏଠାରେ ମାତ୍ର ୪ଟିରେ ପରାଜିତ ହୋଇଛି । ତେବେ ଇଂଲଣ୍ଡ ସହିତ ଏଠାରେ ଭାରତର ୪ ଥର ମୁକାବିଲା ହୋଇଛି । ସେଥିମଧ୍ୟରୁ ଉଭୟ ଦୁଇ ଦୁଇଟିରେ ବିଜୟୀ ହୋଇଛନ୍ତି ।