ଭଂଜନଗରରେ ଭୟଙ୍କର ନିଆଁ ! ପାଉଁଶ ପାଲଟିଗଲା ଶହେରୁ ଅଧିକ ଘର

48

କନକ ବ୍ୟୁରୋ : ଭଂଜନଗରରେ ଭୟଙ୍କର ନିଆଁ । ଜଳି ପୋଡି ଛାରଖାର ହୋଇଯାଇଛି ଗାଁ । ପାଉଁଶ ପାଲଟିଗଲା ଶହେରୁ ଅଧିକ ଘର । ଗଂଜାମ ଜିଲ୍ଲା ଭଂଜନଗର ବ୍ଲକ୍ ଖମାରେଡ୍ଡୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅପରାହ୍ନ ପ୍ରାୟ ୪ଟା ବେଳେ ଏହି ଅଗ୍ନିକାଣ୍ଡ ଘଟିଛି । ଦୁଇଟି ଦମକଳ ଗାଡି ନିଆଁକୁ ଆୟତ କରିଛନ୍ତି ।

ଅଗ୍ନିକାଣ୍ଡରେ ୪୦ଟି ପରିବାରର ଶହେରୁ ଉଦ୍ଧ୍ୱର୍ ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି । ଯେଉଁଥିରେ ଲକ୍ଷାଧିକ ଟଙ୍କାର ଧାନ, ଚାଉଳ ଏବଂ ଶସ୍ୟଜାତ ଦ୍ରବ୍ୟ ସମେତ ବହୁ ସଂପତି ନଷ୍ଟ ହୋଇଯାଇଥିବା ଅନୁମାନ କରାଯାଉଛି । ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ । ଘଟଣା ସ୍ଥଳରେ ବିଡିଓ ଓ ତହସିଲଦାର ପହଂଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।