ବିଜେଡି – ବିଜେପି ଖଣ୍ଡଯୁଦ୍ଧ ! ନବରଙ୍ଗପୁରରେ ରାଜନୀତିର ମହାଭାରତ

18

କନକ ବ୍ୟୁରୋ : ଭୋଟ୍ ପୂର୍ବରୁ ଭୟଙ୍କର ଚିତ୍ର । ପଂଚାୟତ ଦଖଲ ପାଇଁ ପାୱାର ସୋ । ପ୍ରଚାର ମୈଦାନରେ ବଳ କଷାକଷି । ସାପ୍ତାହିକ ହାଟ ପାଲଟିଲା ରଣକ୍ଷେତ୍ର । ନିର୍ବାଚନର ଦୁଇ ଦିନ ପୂର୍ବରୁ ଅଶାନ୍ତ ହୋଇଉଠିଛି ନବରଙ୍ଗପୁର । ଜିଲ୍ଲାରେ ଦେଖାଦେଇଛି ନିର୍ବାଚନୀ ହିଂସା ଓ ରକ୍ତାକ୍ତ ସଂଘର୍ଷ । ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି କର୍ମୀ । ଦଳ ପାଇଁ ଯେପରି ଖେଳା ଚାଲିଥିଲା ରକ୍ତର ହୋଲି ।

ଦୁଇ ଦିନ ପରେ ପଂଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ । ଏଥିପାଇଁ ଜିଲ୍ଲାର ୪ ନମ୍ବର ଜୋନ୍ ଗୋନା ଅଂଚଳରେ ଚାଲିଥିଲା ସରଗରମ ପ୍ରଚାର । ସାପ୍ତାହିକ ହାଟ ନିକଟରେ ବସିଥିଲା ବିଜେପିର ବୈଠକ । ଠିକ୍ ଏହି ସମୟରେ ପହଁଚିଯାଇଥିଲେ ଶହ ଶହ ବିଜେଡି କର୍ମୀ । ଆଉ ପ୍ରଚାର ନିଶାରେ ଢେର, କର୍ମୀ ମାତିଯାଇଥିଲେ ରକ୍ତାକ୍ତ ଆକ୍ରମଣରେ । ବିଜେପି ଅଭିଯୋଗ କରିଛି, ଜାଣିଶୁଣି ବିଜେଡି କର୍ମୀ ଜୋରରେ ମାଇକ୍ ବଜାଇଥିଲେ । ଆଉ ଏହାର ନେତୃତ୍ୱ ନେଇଥିଲେ ଖୋଦ୍ ବିଧାୟକ ।

ନିର୍ବାଚନୀ ହିଂସାରେ ଉଭୟ ପକ୍ଷର ୧୦ ଜଣ ଆହତ ହୋଇଛନ୍ତି । ସେପଟେ ପୋଲିସ ୩ ଟି ପୃଥକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାକୁ ନେଇ ଗାଁରେ ଚାପା ଉତେଜନା ଲାଗି ରହିଛି ।