ବ୍ରହ୍ମପୁର : ପୁଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଚେରୁ ଗଉଡ ଗୁରୁତର

30

କନକ ବ୍ୟୁରୋ : ଦୁର୍ଦ୍ଦାନ୍ତ ଅପରାଧୀକୁ ବ୍ରହ୍ରପୁରର ପୁଲିସର ଏନକାଉଂଟର । ଦିଗପହଣ୍ଡି ନିକଟରେ ଅପରାଧୀ ଚେରୁକୁ ଏନକାଂଉଟର କରିଛି ପୁଲିସ । ତାର ଗୋଡରେ ଦୁଇଟି ଗୁଳି ବାଜିଥିବାରୁ ତାକୁ ଏମକେସିଜି ବଡ ମେଡିକାଲରେ ଭର୍ତି କରାଯାଇଛି ।

ଏନକାଂଉଟରର କିଛି ସମୟ ପୂର୍ବରୁ ପୁଲିସ ଉପରକୁ ଗୁଳି ଚଳାଇଥିଲା ଚେରୁ । ତାପରେ ପୁଲିସ ତାକୁ ପିଛା କରିଥିଲା । ପରେ ଦିଗପହଣ୍ଡି ନିକଟରେ ତାକୁ ଏନକାଉଁଟର କରିଛି ପୁଲିସ । ତେବେ ଚେରୁର ୩ ଜଣ ସାଙ୍ଗ ଫେରାର ହୋଇଯାଇଛନ୍ତି । ପୁଲିସ ଚେରୁ ଠାରୁ ବନ୍ଧୁକ, ଗୁଳି ଓ ମାରଣାସ୍ତ୍ର ଜବତ କରିଛି ।