ବ୍ରହ୍ମପୁର ଅନ୍ଧପସରା ରୋଡରେ ଚେକିଂ ବେଳେ କାର ଭିତରୁ ଜବତ ହେଲା ୩୫୦ କେଜି ରୂପା ! ଭୁବନେଶ୍ୱରରୁ ବ୍ରହ୍ମପୁର ଯାଉଥିଲା କାର,୨ ଅଟକ

40

କନକ ନ୍ୟୁଜ୍ : ବ୍ରହ୍ମପୁରରୁ ୩୫୦ କେଜି ରୂପା ଜବତ କରିଛି ପୋଲିସ୍ । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ଅନ୍ଧପସରା ରୋଡରେ ଏକ କାରରୁ ଏହି ରୂପା ଜବତ କରିଛି ପୋଲିସ୍ । ଚେକିଂ ବେଳେ ଏହି ରୂପା ଚାଲାଣ ହେବାକଥା ଆଗକୁ ଆସିଥିଲା ପରେ ଏହା ପୋଲିସ୍ ହାବୁଡରେ ଧରାପଡିଛି । କାରଟି ଭୁବନେଶ୍ୱରରୁ ବ୍ରହ୍ମପୁର ଯାଇଥିଲା । ଏହି ଘଟଣାରେ ୨ ଜଣଙ୍କୁ ଅଟକ ପୋଲିସ ରଖିଛି । ଏତେ ପରିମାଣର ରୂପା କିଏ ଓ କାହା ପାଖକୁ ପଠାଉଥିଲା ସେ ନେଇ ଅଧିକ ଛାନଭିନ୍ ଜାରି ରଖିଛି ପୋଲିସ ।