ଆସନ୍ତା କାଲି ଆରମ୍ଭ ହେଉଛି ସସଂଦର ମୌସୁମୀ ଅଧୀବେଶନ : ସରକାରଙ୍କୁ ଘେରିବା ପାଇଁ ବିରୋଧୀ ପ୍ରସ୍ତୁତ କରୁଛନ୍ତି ରଣନୀତି

45

କନକ ବ୍ୟୁରୋ : ଆସନ୍ତା କାଲି ସସଂଦରେ ମୌସୁମୀ ଅଧୀବେଶନ ଆରମ୍ଭ ହେଉଛି । ତେବେ ଏହି ଅଧୀବେଶନରେ ସରକାରଙ୍କୁ କେଉଁ ପ୍ରସଙ୍ଗରେ ବିରୋଧୀମାନେ ଘେରିବେ ସେନେଇ ଋଣନୀତି ପ୍ରସ୍ତୁତ କରିଛନ୍ତି । ତେବେ ଅଧୀବେଶନ ଆରମ୍ଭ ହେବା ପୂର୍ବରୁ ସେମାବାର ୧୩ ଟି ବିରୋଧୀ ଦଳ ନିଜ ନିଜ ଦଳର ସାସଂଦଙ୍କ ସହ ବୈଠକ କରି ସରକାରଙ୍କୁ କେଉଁ କେଉଁ ପ୍ରସଙ୍ଗରେ ଘେରିବେ ସେନେଇ କାର୍ଯ୍ୟପନ୍ଥା ସ୍ଥିର କରିଛନ୍ତି । ତେବେ ଏକ ଜାତୀୟ ଗଣମାଧ୍ୟମରୁ ଜଣାପଡିଛି ଯେ, ବିରୋଧୀମାନେ କିଛି ନିର୍ଦ୍ଧିଷ୍ଟ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ଇଚ୍ଛା ପ୍ରକାଶ କରିଛନ୍ତି । ତେବେ ତାହା କେଉଁ ପ୍ରସଙ୍ଗ ବର୍ତ୍ତମାନ ସମୟରେ ଜଣାପଡିନାହିଁ । ତେବେ ବିରୋଧୀମାନେ ରାଫେଲ ଡିଲ, ନିରବ ମୋଦୀ ଓ ଲଳିତ ମୋଦୀ ଏବଂ ବିଜୟ ମାଲ୍ୟାଙ୍କ ଉପରେ ଆଲୋଚନା କରିବେ ବୋଲି ଚର୍ଚ୍ଚା ଜୋର ଧରିଛି । ଏହାସହ କୋଟା ପ୍ରସଙ୍ଗରେ ବିରୋଧୀମାନେ ସରକାରଙ୍କୁ ଘେରିବେ ବୋଲି ଜଣାପଡିଛି । କେବଳ ଏତିକି ନୁହେଁ ଲିଚିଙ୍ଗ, ଦଳୀତଙ୍କ ଉପରେ ଆକ୍ରମଣ ଓ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାର ବିଷୟରେ ମଧ୍ୟ ଆଲୋଚନା ହୋଇପାରେ ।

ବିରୋଧୀମାନଙ୍କ ଅଭିଯୋଗ ଅନୁସାରେ ପୂର୍ବ ଅଧିବେଶନରେ ସରକାରଙ୍କୁ ଗୃହରେ ସମର୍ଥନ କରୁଥିବା ଦଳ ନାରାବାଜି କରିଥିଲେ କିନ୍ତୁ ସରକାର ବିରୋଧୀମାନେ ଗୃହ ଚଳାଇ ଦେଉନାହାନ୍ତି ବୋଲି ଗଣମାଧ୍ୟମରେ କହିଥିଲେ । ତେବେ ଏଥର ଯଦି ଗୃହ ସଠିକ ଭାବରେ ଚାଲିନପାରେ ତାହା ଲାଗି କେବଳ ସରକାର ହିଁ ଦାୟୀ ରହିବେ । ଦେଶର ହିତ ଲାଗି ବିରୋଧୀମାନେ ସମସ୍ତ ପ୍ରସଙ୍ଗ ଉଠାଇବା ଲାଗି ନିଜକୁ ପ୍ରସ୍ତୁତ କରିଛନ୍ତି ବୋଲି ଜଣାପଡିଛି । କେବଳ ଏତିକି ନୁହେଁ ବିରୋଧୀ ଦଳ ଗୁଡିକ ସୂଚନା ଦେଇଛନ୍ତି ଆମେ ସମସ୍ତ ପ୍ରସଙ୍ଗରେ ସରକାରଙ୍କୁ ଜବାବ ମାଗିବୁ ଓ ସେମାନେ ଜବାବ ଦେବାପାଇଁ ବାଧ୍ୟ । ଯଦି ସେମାନେ ଜବାବ ନଦେଇ ନିଜ ସମର୍ଥକଙ୍କ ସହ ମିଶି ଗୃହରେ ନାରାବାଜି ପ୍ରଦର୍ଶନ କରିବେ ତେବେ ଓ ଗୃହ ନ ଚାଲିପାରିଲେ ତାହା ପାଇଁ କେବଳ ସରକାର ଦାୟୀ ରହିବେ । ଆମେ ଯଦି ଉଦାହରଣ ନେବା ତେବେ ତେଲଗୁ ଦେଶମ ପାର୍ଟି ଏବେ ସରକାରରେ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ସେ ସରକାରଙ୍କ ବିରୋଧୀ ଦଳ ଭାବରେ ସମସ୍ତେ ଜାଣନ୍ତି । ଯଦି ସେମାନଙ୍କ ପ୍ରଶ୍ନକୁ ସରକାର ଏଡାଇ ଦେବେ ତେବେ ସମସ୍ତ ବିରୋଧୀ ଦଳ ଏହାର ବିରୋଧ କରିବେ ବୋଲି କିଛି ବିରୋଧୀ ଦଳର ବରିଷ୍ଠ ନେତା ସୂଚନା ଦେଇଛନ୍ତି । ଏହାସହ ରାଜ୍ୟସଭା ଉପସଭାପତି ନିର୍ବାଚନ ପାଇଁ ମଧ୍ୟ ବିରୋଧୀମାନେ ଆଲୋଚନା କରିବେ ବୋଲି ଜଣାପଡିଛି । ତେବେ ସରକାର କିପରି ଭାବରେ ସେମାନଙ୍କ ପ୍ରଶ୍ନକୁ ସାମନା କରିବ ତାହା ହିଁ ଦେଖିବାକୁ ରହିଲା ।