ବେଲଜିୟମର ‘ବଡି ବିଲଡର୍ ଷଣ୍ଢ’

47

ଏବେ ଟ୍ରେଣ୍ଡ ବଡ଼ି ବିଲ୍ଡିଂର । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଜିମ୍ ସେଂଟରରେ ବେଶ କସରତ କରୁଛନ୍ତି ଆଜିର ଯୁବଗୋଷ୍ଠି । ମାତ୍ର ଏବେ ମଣିଷ ପଛରେ ଷଣ୍ଢ ମଧ୍ୟ ଏହି ଟ୍ରେଣ୍ଡରେ ସାମିଲ ହୋଇଛି । ବେଲଜିୟମରେ ଦେଖିବାକୁ ମିଳୁଛି ଏହିଭଳି ଷଣ୍ଢ । ପ୍ରାୟ ୫ ଫୁଟ ଉଚ୍ଚତା ଓ ୧୩୦୦ କି.ଗ୍ରା ଓଜନ ବିଶିଷ୍ଟ ଏହି ଷଣ୍ଢ ସୋସିଆଲ ମିଡ଼ିଆରେ ବେଶ ଚର୍ଚ୍ଚିତ ହୋଇଛି ।

କିଛି ବର୍ଷର ଗବେଷଣା ପରେ ୧୯୯୭ରେ ପ୍ରଥମେ ଏହି ଭଳି ବଡ଼ି ବିଲ୍ଡର ଷଣ୍ଢ ଦେଖିବାକୁ ମିଳିଥିଲା । ଜନ୍ମ ହେବାର ୬ ସପ୍ତାହ ପଯ୍ୟନ୍ତ ସାଧାରଣ ଷଣ୍ଢ ପରି ଦେଖାଯାଉଥିବା ଏହି ପ୍ରଜାତିର ଷଣ୍ଢ ଧୀରେ ଧୀରେ ବେଶ ହୃଷ୍ଟପୁଷ୍ଟ ହୋଇଥାନ୍ତି । ଧଳା , କଳା ଓ ଲାଲ ରଙ୍ଗର ଏହି ଷଣ୍ଢ ଦେଖିବାକୁ ବେଶ୍ ଆକର୍ଷଣୀୟ ।