କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱର

54

ଭୁବନେଶ୍ୱର : କଟକ ପରେ ଏବେ ରାଜଧାନୀ ଭୁବନେଶ୍ୱରରେ ବ୍ୟାପିଲା ଜଣ୍ଡିସ୍ । ଭୁବନେଶ୍ୱର ଝରଣା ସାହିରେ ୩୦ରୁ ଉଦ୍ଧ୍ୱର୍ ଲୋକ ଜଣ୍ଡିସ୍ରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କମଧ୍ୟରୁ ୧୦ ଜଣ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଦୂଷିତ ପାଣି ଯୋଗୁଁ ଜଣ୍ଡିସ୍ ହୋଇଥିବା ଜଣାପଡ଼ିଛି । ଡମଣା ଅଚଂଳ ପରେ ଝରଣା ସାହିରେ ଜଣ୍ଡିସ୍ ବ୍ୟାପିବା ଘଟଣାର ରାଜଧାନୀ ବାସିନ୍ଦାଙ୍କ ନିଦ ହଜାଇ ଦେଇଛି । ତେବେ ଜନସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଝରଣା ସାହିରେ ପହଂଚି ଜଣ୍ଡିସ୍ ଆକ୍ରାନ୍ତଙ୍କ ସଂଖ୍ୟା ଆକଳନ କରିବା ସହ ଲୋକଙ୍କୁ ସଚେତନ କରିଛନ୍ତି । ଜଣ୍ଡିସ୍ ବ୍ୟାପୁଥିବା ଯୋଗୁଁ ଲୋକଙ୍କୁ ଫୁଟା ପାଣି ପିଇବା ପାଇଁ ନିବେଦନ କରାଯାଉଛି ।