ବଡ ପରଦାରେ ଜଙ୍ଗଲର କାହାଣୀ : ପୁଣି ଥରେ ଚମକିଲେ ମୋଗଲି

98

ଆଜି ବଡ ପରଦାରେ ରିଲିଜ ହୋଇଛି ହଲିଉଡର ବହୁ ଭାଷୀ ଫିଲ୍ମ ଦି ଜଙ୍ଗଲବୁକ୍ । ପୁଣି ଥରେ ଏଥିରେ ଦେଖିବାକୁ ମିଳିଛି ମୋଗଲି, ସେର ଖାନ, ବଘିରା ଓ ବାଲୁଙ୍କ ଅତୁଟ ସଂପର୍କର ରୋମାଂଚ ଭରା କାହାଣୀ । ୧୯୯୦ ମସିହାରେ ଛୋଟ ପରଦାରେ ନିଜ କମାଲ ଦେଖାଇ ସାରିଥିବା ଚଡି ପିନ୍ଧା ମୋଗଲିର କାହାଣୀ । ଏବେ ଏହାକୁ ବଡ ପରଦାକୁ ଆଣିଚନ୍ତି ଜନ ଫେବରୁ । ଡିଜନୀ ପ୍ରଥମେ ୧୯୬୭ରେ ମୋଗଲି ଚରିତ୍ରକୁ ଆନିମେସନରେ ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ଫିଲ୍ମରେ ନୀଲ ସେଠ ମୋଗଲି ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୟ ମଧ୍ୟ ବେଶ ଚମକ୍ରାର ହୋଇଥିବା ଜଣାପଡିଛି । ଏହି ଫିଲ୍ମ ସମସ୍ତ ବର୍ଗର ଦର୍ଶକଙ୍କ ମନ କିଣିବ ବୋଲି କୁହାଯାଉଥିବା ବେଳେ ନିଦେ୍ର୍ଦଶକ ମୁଖ୍ୟତଃ ଛୋଟପିଲାଙ୍କୁ ଆଖିରେ ରଖିଥିବା କହିଛନ୍ତି ।