ବର୍ଷାସୋନୀ- ରାଜାଶ୍ରୀ ମହାମିଳନ

103

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ହୋଇଛି, ପୁଣିଥରେ ଏକାଠି ହୋଇଛନ୍ତି ବର୍ଷାସୋନୀ ଓ ରାଜାଶ୍ରୀ । ରାଜାଶ୍ରୀ, ମୋ ପାଇଁ ବଳ ବୋଲି କହିଛନ୍ତି ବର୍ଷାସୋନୀ । ସେମାନେ ଦୁଇଜଣ ଆଗକୁ ସଂସାର ଗଢିବାର ନିଷ୍ପତି ନେଇଛନ୍ତି । ଉଭୟ ପରିବାରର ପ୍ରୟାସରେ ମିଳାମିଶା ସମ୍ଭବ ହେଇଛି ।ଆମ ଭିତରେ ଥିବା ସବୁ ଭୂଲ ବୁଝାମଣା ଦୂର ହୋଇଯାଇଛି । ସାରା ଓଡିଶା ପାଇଁ ଏହା ଏକ ଉଦାହରଣ । ବାପା ମାଙ୍କ ସପୋର୍ଟ ରହିଛି । ଭଗବାନଙ୍କୁ ଧନ୍ୟବାଦ ଦେଲେ ବର୍ଷାସୋନୀ । ବୋହୂ ନୁହେଁ ଝିଅ ପରିଶାଶୁ ଘରକୁ ଫେରିବି । ବର୍ଷାସୋନୀ ତାଙ୍କର ସମସ୍ତ ମାମଲାକୁ ପ୍ରତ୍ୟାହାର କରିଛନ୍ତି । ମୋ ଉପରେ କୈାଣସି ପ୍ରେସର ପଡି ନାହିଁବୋଲି କନକ ନ୍ୟୁଜ୍ କୁ ପ୍ରତିକ୍ରିୟା ଦେଇଛନ୍ତି ବର୍ଷାସୋନୀ ।