ଆଜିଠୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା : ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜୁତି

48

ବରଗଡ : ଆଜିଠୁ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଂଚରେ ରାଜୁତି କରିବେ ମହାରାଜ କଂସ । ଧନୁଯାତ୍ରା ପାଇଁ ପ୍ରସ୍ତୁତ ହୋଇ ରହିଛି ମଥୁରାନଗରୀ । ଅମ୍ବାପଲ୍ଲୀ ପାଲଟିବ ଗୋପପୁର । ରଙ୍ଗମହଲରେ ଶୁଭିବ ମହାରାଜା କଂସଙ୍କ ଅଟ୍ଟହାସ୍ୟ । ମହାରାଜାଙ୍କ ମନୋରଂଜନ ପାଇଁ ବିଦେଶୀ ନୃତ୍ୟଶିଳ୍ପୀ ବି ପ୍ରସ୍ତୁତ ଅଛନ୍ତି।

ସେପଟେ କୃଷ୍ଣଙ୍କ ବାଲ୍ୟଲୀଳା ପାଇଁ ପ୍ରସ୍ତୁତ ଗୋପପୁର । ଜୀରା ନଦୀ ପାଲଟିବ ଲବଣୀ ଚୋରଙ୍କ ପାଇଁ ଯମୁନା, ବରଗଡର ସମସ୍ତ ସଦସ୍ୟ ପାଲଟି ଯିବେ ଧନୁଯାତ୍ରାର ଜଣେ ଜଣେ କଳାକାର ।

୧୧ ଦିନ ଧରି ହେବାକୁ ଥିବା ଧନୁଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଆଉ ଧନୁଯାତ୍ରା ସମୟରେ ବଦଳିଯିବ ପ୍ରଶାସନର ଢାଂଚା, ମହାରାଜାଙ୍କ କଂସଙ୍କ ରାଜୁତିରେ ଚାଲିବ ବରଗଡ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :