ଆରମ୍ଭ ହେଲା କଂସ ରାଜୁତି : ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଂଗମଂଚରେ ଚାଲିବ କଂସଙ୍କ ରାଜ୍

44

ବରଗଡ : ମୁକ୍ତାକାଶ ରଂଗମଂଚରେ ଆରମ୍ଭ ହେଲା ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ବରଗଡ ଜିଲ୍ଲାପାଳ ଧନୁଯାତ୍ରାର ଶୁଭାରମ୍ଭ କରିଛନ୍ତି । ଏଥିସହ ଦ୍ୱାପର ଯୁଗକୁ ଫେରିଯାଇଛି ବରଗଡ଼ ସହର । ଗଣତନ୍ତ୍ର ବଦଳରେ ଏଥର ଚାଲିବ ରାଜତନ୍ତ୍ର । ପ୍ରବଳ ପ୍ରତାପୀ ମହାରାଜ କଂସଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବ ମଥୁରା ନଗରୀ ।

ଦୀର୍ଘ ୧୧ ଦିନ ଧରି ଚାଲିବ ମହାରାଜ କଂସଙ୍କ ରାଜ୍ । ବରଗଡ଼ ପାଲଟିଯାଇଛି ମଥୁରା ନଗରୀ । ଅମ୍ବାପାଲି ଗାଁରେ ଚାଲିବ ପ୍ରଭୁ କୃଷ୍ଣ-ବଳରାମଙ୍କ ଲୀଳା ।

ଏହି ମହୋତ୍ସବର ଆରମ୍ଭ ପୂର୍ବରୁ ସାଂସ୍କୃତିକ ରାଲି ଆୟୋଜିତ ହୋଇଥିଲା । ଯେଉଁଥିରେ ଜିଲ୍ଲା, ରାଜ୍ୟ ଏବଂ ଦେଶର ବିଭିନ୍ନ ପ୍ରାନ୍ତରୁ ଶହ ଶହ କଳାକାର ସାମିଲ ହୋଇଥିଲେ । ଆଜି ଉଦଘାଟିତ ହେବ ରଙ୍ଗ ମହଲ । ନ୍ୟୁଜ୍ ସହିତ ଦେଖନ୍ତୁ ଏହି ଭିଡିଓ :