ବ୍ରହ୍ମପୁରରେ ପୁଣି ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ଦିଲ୍ଲୀପର ଡାହାଣ ଗୋଡରେ ବାଜିଛି ଗୁଳି, ଚିକିତ୍ସା ଲାଗି ଏମକେସିଜି ମେଡିକାଲରେ ଭର୍ତ୍ତି

23

କନକ ବ୍ୟୁରୋ : ପୁଣି ଥରେ ବ୍ରହ୍ମପୁରରେ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି । ଦୁର୍ଦାନ୍ତ ଅପରାଧୀ ଦିଲ୍ଲୀପ ଦାସକୁ ପୋଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ତେବେ ଦିଲ୍ଲୀପକୁ ଖଲ୍ଲିକୋଟ ପୁସ୍ତପୁରଠାରେ ପୋଲିସ ଗୋଳିଚଳାଇଥିଲା । ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀପର ଡାହାଣ ଗୋଡରେ ବାଜିଛି ଗୁଳି । ପୋଲିସ ଗୁଳିରେ ଦିଲ୍ଲୀପ ଆହତ ହୋଇଛି । ଘଟଣାପରେ ସେହି ସ୍ଥାନରେ ସେ ପଡିଯାଇଥିଲା ପରେ ପୋଲିସ ତାକୁ ବ୍ରହ୍ମପୁରର ଏମକେସିଜି ମେଡିକାଲ କଲେଜରେ ଚିକିତ୍ସା ଲାଗି ଭର୍ତ୍ତ କରାଇଛି ।

ଦିଲ୍ଲୀପର ଘର ଖୋର୍ଦ୍ଧା ଜିଲ୍ଲା ବାଣପୁରର ନଋଚ୍ଚଦେଇପୁର ଅଞ୍ଚଳରେ ବୋଲି ଜଣାପଡିଛି । ବିଭିନ୍ନ ସ୍ଥାନରେ ଅର୍ଥାତ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଥିବା ପୋଲିସ କହିଛି । ଅନେକ ଦିନ ପୂର୍ବରୁ ପୋଲିସ ଟାର୍ଗେଟରେ ଦିଲ୍ଲୀପ ଥିଲା । କୈାଣସି ମତେ ପୋଲିସ ଖବରପାଇ ଥିଲା ଦିଲ୍ଲୀପ ଖଲିକୋଟ ପାଖରେ ଏକ ବାଇକ ଯୋଗେ କେଉଁ ଆଡେ ଯାଉଛି । ତେବେ ସାଙ୍ଗେ ସାଙ୍ଗେ ପୋଲିସ ଦିଲ୍ଲୀପକୁ ଧରିବା ପାଇଁ ଚେଷ୍ଟା କରିଥିଲା ତେବେ ସେ ଖସିପଳାଇବାକୁ ଉଦ୍ୟମ କରିବାରୁ ଦିଲ୍ଲୀପ ଉପରକୁ ପୋଲିସ ଗୁଳି ଚଳାଇଥିଲା ବୋଲି ପୋଲିସ କହିଛି । ତେବେ ଦିଲ୍ଲୀପ ପାଖରୁ ପୋଲିସ ଏକ ବନ୍ଧୁକ ସହ, ବାଇକ, ଦୁଇ ରାଉଣ୍ଡ ଅଫୁଟା ଗୁଳି ଓ ନଗଦ ୨୦ ହଜାର ଟଙ୍କା ମିଳିଛି । ବର୍ତ୍ତମାନ ସମୟରେ ତାହାର ଚିକିତ୍ସା ମେଡିକାଲରେ ଚାଲିଥିବା ଜଣାପଡିଛି ।