ବାରବାଟୀ ମହାସମରକୁ ଆଉ ୫ ଦିନ ବାକି : ଜୋରସୋରରେ ପ୍ରସ୍ତୁତି, ଆଜିଠାରୁ ଅନୁବନ୍ଧିତ ସଂସ୍ଥା ପାଇଁ ଟିକେଟ ବିକ୍ରି ଆରମ୍ଭ

27

କନକ ବ୍ୟୁରୋ : ବାରବାଟୀ ମହାସମରକୁ ଆଉ ମାତ୍ର ୫ ଦିନ ଥିବାବେଳେ ପ୍ରସ୍ତୁତି ଜୋରସୋରରେ ଚାଲିଛି । ପିଚ୍ ନିର୍ମାଣ ଠାରୁ ଗ୍ୟାଲେରୀ ନମ୍ବରିଂ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥାକୁ ନେଇ ସମୀକ୍ଷା କରାଯାଇଛି । ସେହିପରି ଓସିଏର ଏହି ଆୟୋଜନ ସଂପୁର୍ଣ ସଫଳ ହେବ ବୋଲି ଆଶା ରଖିଛନ୍ତି ମ୍ୟାଚ୍ ପରିଚାଳନା କମିଟି ମୁଖ୍ୟ । ପଡିଆରେ ଗ୍ରାସ୍ କଟିଂ ସାଙ୍ଗକୁ ଚାଲିଛି ଓାଟର ସ୍ପ୍ରେ ।

କ୍ରିକେଟରେ ଏବେ ଚାଲିଛି ରନ ବର୍ଷାର ଯୁଗ । ତେଣୁ ପ୍ରତି ମ୍ୟାଚରେ ଲୋକେ ଦେଖିବାକୁ ଚାହୁଁଛନ୍ତି ଛକା ଚୈାକା ।ତେଣୁ ଏଥର ବାରବାଟୀ ପିଚକୁ ସେହି ହିସାବରେ ପ୍ରସ୍ତୁତ କରାଯାଇଛି । ତେବେ ଯେଉଁ ଟିମ୍ ଭଲ ଖେଳ ପ୍ରଦର୍ଶନ କରିବ ସେହି ଟିମ୍ ହିଁ ବିଜୟ ଲାଭ କରିବ ବୋଲି ପିଚ୍ କ୍ୟୁରେଟର ପଙ୍କଜ ପଟ୍ଟନାୟକ କହିଛନ୍ତି।

ତେବେ ପୂର୍ବଥର ଘଟିଥିବା ବୋତଲ ମାଡ ଘଟଣାକୁ ଲକ୍ଷ୍ୟରେ ରଖି ଏଥର ସବୁ ଗ୍ୟାଲେରୀରେ ଫୁଲ ନେଟିଂ ବ୍ୟବସ୍ଥା ସହ ଗ୍ୟାଲେରୀ ନମ୍ବରିଂ ବ୍ୟବସ୍ଥା କରାଯାଇଛି । ପୂର୍ବତନ ସଂପାଦକ ଆର୍ଶୀବାଦ ବେହେରା କହିଛନ୍ତି ମ୍ୟଚ୍ ପରିଚାଳନାରେ ଏଥର କୈାଣସି ତ୍ରୁଟି ରହିବ ନାହିଁ,ଏବଂ ସେହିପରି ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି ମ୍ୟାଚ୍ ପରିଚାଳନାରେ ଆମେ ଅଭିଜ୍ଞତା ଦୃଷ୍ଟିରୁ ଆର୍ଶୀବାଦ ବେହେରାଙ୍କ ପ୍ରସ୍ତାବ ସବୁବେଳେ ଗ୍ରହଣ କରିବୁ । ଏହା ସହିତ ଦେଖନ୍ତୁ ଏହି ଭିଡିଓ :