ବୟସ ୧୪,ରୋଜଗାର ୫କୋଟି ! କୁନି ବୈଜ୍ଞାନିକ ହର୍ଷବର୍ଦ୍ଧନଙ୍କ ଚମକ ଛାଇଲା ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀରେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆର ସ୍ୱପ୍ନକୁ ସାକାର କରିବା ପାଇଁ ଗୁଜରାଟ ସରକାରଙ୍କ ତରଫରୁ ଆୟୋଜିତ ହୋଇଯାଇଛି “ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ’ । “ଭାଇବ୍ରାଂଟ୍ ଗୁଜରାଟ ସମ୍ମିଳନୀ’ର ଆକର୍ଷଣ ପାଲଟିଛନ୍ତି ୧୪ ବର୍ଷର ବାଳକ ହର୍ଷବର୍ଦ୍ଧନ ଜାଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଡ୍ରୋନ୍ ତିଆରି କରିବା ପାଇଁ ସେ ଗୁଜରାଟ ସରକାରଙ୍କ ସହିତ ୫ କୋଟି ଟଙ୍କାର ଏମଓୟୁ ସ୍ୱାକ୍ଷର କରିଛନ୍ତି । ଲ୍ୟାଣ୍ଡମାଇନକୁ ଚିହ୍ନଟ୍ କରି ତାହାକୁ କେମିତି ଭାବରେ ଅଚଳ କରିହେବ ତା’ପାଇଁ ଡ୍ରୋନ୍ ତିଆରି କରିଛନ୍ତି ଏହି ବିସ୍ମୟ ବାଳକ । ହର୍ଷବର୍ଦ୍ଧନ ଏହି ଡ୍ରୋନରର ତିନୋଟି ନମୁନାକୁ ପ୍ରଦର୍ଶନ କରିଛନ୍ତି । ୨୦୧୬ ମସିହାରେ ସେ ଏହି ଡ୍ରୋନରର ନମୁନା ନିର୍ମାଣ କରିବା ଆରମ୍ଭ କରିଥିଲେ ।
ହର୍ଷବର୍ଦ୍ଧନଙ୍କ କହିବା ମୂତାବକ ସେ ଟିଭିରୁ ଜାଣୁଥିଲେ ଯେ,ସୈନିକମାନେ ଲ୍ୟାଣ୍ଡମାଇନକୁ ଅଚଳ କରୁଥିବା ବେଳେ ବିସ୍ପୋରଣ ଯୋଗୁଁ ଅନେକ ଗୁରୁତର ଆହତ ହୋଇଥାନ୍ତି । ଏହି ନମୁନା ଡ୍ରୋନ୍ ପ୍ରସ୍ତୁତ କରିବା ପାଇଁ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଛି । ତୃତୀୟ ଡ୍ରୋନର ନମୁନା ନିର୍ମାଣ କରିବା ବେଳେ ରାଜ୍ୟ ସରକାରଙ୍କ ଠାରୁ ସେ ୩ ଲକ୍ଷ ଟଙ୍କାର ସହାୟତା ପାଇଥିଲେ ।
ଭୂମିଠାରୁ ଦୁଇ ଫୁଟ ଉପରେ ଉଡୁଥିବା ବେଳେ ଏହି ଡ୍ରୋନ୍ ଆଠବର୍ଗ ମିଟର ଅଂଚଳ ଉପରେ ନଜର ରଖିପାରିବ । ଡ୍ରୋନର ଏକ ୫୦ ଗ୍ରାମର ବୋମା ରହିଛି, ଯାହା ଲ୍ୟାଣ୍ଡମାଇନକୁ ନଷ୍ଟ କରିପାରିବ ।