ଭାଙ୍ଗିଲା ଆଶୀର୍ବାଦଙ୍କ ସାମ୍ରାଜ୍ୟ ! ଜିଲ୍ଲା ପ୍ରଶାସନର ହେପାଜତକୁ ଆସିଲା ବାରବାଟୀ ପ୍ୟାଲେସ

24

କନକ ବ୍ୟୁରୋ : ଜିଲ୍ଲା ପ୍ରଶାସନର ହେପାଜତକୁ ଆସିଲା ବାରବାଟୀ ପ୍ୟାଲେସ । ଏଥିସହ ବିବାଦୀୟ ଜମିରେ ଥିବା ୨୩ ଟି ଦୋକାନଘରକୁ ବି ପ୍ରଶାସନ ନିଜ ଅକ୍ତିଆରକୁ ନେଇଛି । ଏହାର ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ବୈଷୟିକ ଟିମ୍ ଗଠନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । କୋର୍ଟଙ୍କ ରାୟ କପି ପାଇବା ପରେ ଏହାର ତର୍ଜମା କରାଯିବ ବୋଲି ସେ କହିଛନ୍ତି ।

ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଦେବା ସହ ସିବିଆଇ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି କହିଛନ୍ତି ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା । ସରକାରୀ ଜମି ବେଆଇନ୍ ଭାବେ ଦଖଲ କରି ଏହାକୁ ବ୍ୟବସାୟିକ କାମରେ ଲଗାଇଥିବା ନେଇ ଆଶୀର୍ବାଦଙ୍କ ବିରୋଧରେ ଅଭିଯୋଗ ରହିଥଲା । ଏହା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।