କମେଣ୍ଟମରାକୁ ନେଇ ମୁହାଁମୁହିଁ ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟର ୨ ଛାତ୍ର ଗୋଷ୍ଠୀ, ୩ ଛାତ୍ର ଆହତ

58

ବାଙ୍କୀ : କମେଂଟମରାକୁ କେନ୍ଦ୍ର କରି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ତୁମୁଳକାଣ୍ଡ। ମୁହାଁମୁହିଁ ହୋଇଛନ୍ତି ୨ ଛାତ୍ର ଗୋଷ୍ଠୀ । ଏଥିରେ ଉଭୟ ଗୋଷ୍ଠୀର ୩ ଜଣ ଛାତ୍ର ଆହତ ହୋଇ ବାଙ୍କୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଛନ୍ତି । ସେପଟେ ଉତ୍ୟକ୍ତ ଛାତ୍ର କଲେଜ ପରିସରରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି।

ଦୀର୍ଘ ସମୟ ଧରି ବାଙ୍କୀ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରେଧ କରିଥିଲେ କିଛି ଗ୍ରାମବାସୀଙ୍କ ସହ ଛାତ୍ର ଗୋଷ୍ଠୀ । ଘଟଣାସ୍ଥଳରେ ବାଙ୍କୀ ଆଇଆଇସି ଓ ଏସଡିପିଓ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା । ପରିସ୍ଥିତିକୁ ନଜରରେ ରଖି କଲେଜ ପରିସରରେ ୨ ପ୍ଲାଟୁନ ପୁଲିସ ଫୋର୍ସ ମୂତୟନ କରାଯାଇଛି । ସେପଟେ ଅନିର୍ଦ୍ଦିଷ୍ଟ କାଳ ଯାଏଁ କଲେଜକୁ ସାଇନ-ଏ-ଡାଏ ଘୋଷଣା କରିଛନ୍ତି କଲେଜ କର୍ତୃପକ୍ଷ।