ପାରଳା ଗଣଆତ୍ମହତ୍ୟା ଘଟଣା : ଏମକେସିଜିରେ ଚିକିତ୍ସାଧୀନ ସନ୍ତୋଷ ପାତ୍ରଙ୍କ ମୃତ୍ୟୁ

23

ପାରଳା ଗଣଆତ୍ମହତ୍ୟା ଘଟଣା । ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଥିବା ସନ୍ତୋଷ ପାତ୍ରଙ୍କ ମୃତ୍ୟୁ ହୋଇଛି । ସନ୍ତୋଷ ମୃତ ମ୍ୟାନେଜର ଅନଙ୍ଗ ମଞ୍ଜରୀଙ୍କ ଭାଇ । ଗତକାଲି ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଥିଲେ ସନ୍ତୋଷ । ଏହି ଗଣଆତ୍ମହତ୍ୟାରେ ସନ୍ତୋଷ ଏକା ଜୀବିତ ଥିଲେ । ଯାହାଙ୍କ ବୟାନ ଉପରେ ପୁଲିସର ନଜର ଥିଲା । ତେବେ ଘଟଣାରେ ସନ୍ତୋଷଙ୍କୁ ମିଶାଇ ୪ଜଣଙ୍କ ମୃତ୍ୟୁ ହୋଇଛି ।

ମୃତ ଅନଙ୍ଗମଂଜରୀ ଓ ତାଙ୍କ ଭାଇ ଭଉଣୀଙ୍କ ପୋଷାକ ଓ ତକିଆରୁ ପୋଲିସକୁ ମିଳିଛି ସୁଇସାଇଡ୍ ନୋଟ୍ । ଯେଉଁଥିରେ ଅନଙ୍ଗମଂଜରୀ ଓ ଅନ୍ୟ ମୃତକମାନେ ବିଷଦଭାବରେ ସେମାନଙ୍କ ଆତ୍ମହତ୍ୟାର କାରଣ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ସୁଇସାଇଡ୍ ନୋଟରେ କଣ ଲେଖା ରହିଛି ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ଓ ଏକ ନ୍ୟୁଜ୍ ଚ୍ୟାନେଲ ଆଡକୁ ଅଙ୍ଗୁଳି ନିର୍ଦେଶ କରାଯାଇଥିବା ଚର୍ଚ୍ଚା ହେଉଛି । ସେପଟେ ଆସନ୍ତାକାଲିଠାରୁ ତଦନ୍ତ ଆରମ୍ଭ କରିବା ପାଇଁ  କ୍ରାଇମବ୍ରାଂଚ ଏକ ୬ ଜଣିଆ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରିଛି।