ବାଲେଶ୍ୱର : ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୁଳି କରି ଲୁଟ୍

16

କନକ ବ୍ୟୁରୋ : ଟୋଲ୍ ଗେଟ୍ କର୍ମଚାରୀଙ୍କୁ ଗୁଳି କରି ଲୁଟ୍ । ବାଲେଶ୍ୱର କୁରୁଡା ଛକ ଟୋଲ ଗେଟ୍ ନିକଟରେ ୨ଜଣ କର୍ମଚାରୀଙ୍କୁ ଗୁଳି କରି ଦୁର୍ବୃତମାନେ ୬୦ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ଟୋଲ ଗେଟ କର୍ମଚାରୀ ବ୍ୟାଙ୍କକୁ ଟଙ୍କା ଜମା କରିବା ପାଇଁ ଯାଉଥିବା ବେଳେ ୪ଜଣ ଦୁର୍ବୃତ୍ତ ସାମ୍ନାପଟୁ କାରରେ ଆସି ଗୁଳି କରି ଟଙ୍କା ଲୁଟି ନେଇଛନ୍ତି । ଜଣେ କର୍ମଚାରୀଙ୍କ ଦେହରେ ଗୁଳି ବାଜିଥିବାବେଳେ ଅନ୍ୟ ଜଣେ ଆହତ ହୋଇଛି । ଉଭୟଙ୍କୁ ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।