ଶେଷ ଦିନରେ ବାଲେଶ୍ୱରର ପ୍ରସିଦ୍ଧ ଚଡକ ମେଳା ! ଆଜି ଅନୁଷ୍ଠିତ ହେବ ପାଟ ପର୍ବ

101

କନକ ବ୍ୟୁରୋ : ବାଲେଶ୍ୱରର ପ୍ରସିଦ୍ଧ ଚଡକ ମେଳାର ଆଜି ଶେଷ ଦିନ । ଏଥିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଛି । ଗତ ୧୦ଦିନ ଧରି ଚାଲିଥିବା ଏହି ପର୍ବର ଶେଷ ତିନି ଦିନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି । ଆଜି ଚଡକ ମେଳାର ପାଟ ପର୍ବ ଅନୁଷ୍ଠିତ ହେବ ।

ଗତକାଲି ଖୁବ୍ ଧୁମଧାମରେ ମହାନୀଳ ପର୍ବ ସମ୍ପନ୍ନ ହୋଇଛି । ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡର ଭକ୍ତମାନେ ଚନ୍ଦନେଶ୍ୱର ଚଡକ ମେଳାରେ ସାମିଲ ହୋଇଛନ୍ତି । ଲକ୍ଷାଧିକ ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।