ଗଡିଲା ତିନି ଠାକୁରଙ୍କ ରଥ

22

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଆରମ୍ଭ ହେଲା ରଥ ଟଣା । ଗଡିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ସହ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ତେବେ ତିନି ଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ଭିତରେ ଠେଲା ପେଲା ଚାଲିଛି । ପ୍ରଭୁ ବଳଦେବଙ୍କ ତାଳଧ୍ୱଜ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଗଡିଲା ପରେ , ଶେଷରେ ଗଡିଲା ଜଗନ୍ନାଥଙ୍କ ନନ୍ଦିଘୋଷ ରଥ । ପ୍ରବଳ ଉତ୍ସାହ ଓ ଭକ୍ତିରେ ତିନି ରଥକୁ ଟାଣି ନେଉଛନ୍ତି ଭକ୍ତମାନେ । ବଡଦାଣ୍ଡ ଉଠୁଛି ପଡୁଛି ହରିବୋଲ ଓ କରତାଳିରେ ।