ବୈଜୟନ୍ତଙ୍କ ସାଂସଦ ପାଣ୍ଠିରୁ ତିଆରି ହୋଇଥିଲା ଓଭରହେଡ ପାଣିଟାଙ୍କି : ବିଜେଡି କର୍ମୀ କରିଦେଲେ ଉଦଘାଟନ

29

କନକ ବ୍ୟୁରୋ :  ବୈଜୟନ୍ତଙ୍କ ଆଗରେ ବିଜେଡି । ସାଂସଦ ପାଣ୍ଠିରୁ ତିଆରି ହୋଇଥିଲା ହେଲେ ବିଜେଡି କର୍ମୀ କରିଦେଲେ ଉଦଘାଟନ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ତହସିଲ ପରିସରରେ ସ୍ଥାନୀୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସାଂସଦ ପାଣ୍ଠିରୁ ତିଆରି ଓଭରହେଡ ପାଣିଟାଙ୍କିକୁ ଉଦଘାଟନ କରିଛନ୍ତି ବିଜେଡି ନେତା ଓ କର୍ମୀ । ଏଥିରେ ମାର୍ଶାଘାଇ ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷା ସାମିଲ ହୋଇଥିଲେ ।

୨୦ ଲକ୍ଷରୁ ଅଧିକ ଟଙ୍କାରେ ନିର୍ମିତ ଏହି ପାଣି ଟାଙ୍କିର କାମ ୩ ମାସ ତଳୁ ଶେଷ ହୋଇଥିଲା । ଆଜି ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷାଙ୍କ ଉପସ୍ଥିତିରେ ବିଜେଡି କର୍ମୀମାନେ ରାଲିରେ ଆସି ଏହାକୁ ଉଦଘାଟନ କରିଛନ୍ତି । ବିଜେଡି ସରକାର ଅମଳରେ ଏହି ପାଣି ଟାଙ୍କି ତିଆରି ହୋଇଥିବାକୁ ଏହାକୁ ଉଦଘାଟନ କରାଗଲା ବୋଲି ବିଜେଡି କର୍ମୀ ଯୁକ୍ତି ବାଢିଛନ୍ତି । ବୈଜୟନ୍ତ ପଣ୍ଡା ବିଜେଡି ସାଂସଦ ପାଣ୍ଠିରୁ ଏହା ଆସିଥିବା ବେଳେ ସେ ଏବେ ଦଳରୁ ନିଲମ୍ବିତ । ତେଣୁ ତାଙ୍କର ଏହି ପାଣି ଟାଙ୍କି ଉଦଘାଟନ କରିବାର ଅଧିକାର ନାହିଁ ବୋଲି ସ୍ଥାନୀୟ ନେତା କହିଛନ୍ତି ।