କେନ୍ଦ୍ରାପଡା ଛାଡିବା ନେଇ ଚର୍ଚ୍ଚା ପରେ ବୈଜୟନ୍ତଙ୍କ ପ୍ରତିକ୍ରିୟା ! ଟ୍ୱିଟ୍ କରି କହିଲେ, କେଉଁଠୁ ଲଢିବେ ତାହା ଦଳ ଓ ଲୋକଙ୍କ ନିଷ୍ପତି ଉପରେ ନିର୍ଭର କରେ

31

କନକ ବ୍ୟୁରୋ : କେନ୍ଦ୍ରାପଡା ଛାଡିବା ନେଇ ଚର୍ଚ୍ଚା ପରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା । ଟ୍ୱିଟ୍ କରି କହିଛନ୍ତି କେଉଁଠୁ ଲଢିବେ ତାହା ଦଳ ଓ ଲୋକଙ୍କ ନିଷ୍ପତି ଉପରେ ନିର୍ଭର କରେ । ଏପଟେ baijayantaବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସପକ୍ଷରେ ବାହାରିଛି ବିଜେପି । ସମ୍ବଲପୁର ପ୍ରେସ କ୍ଲବରେ ବୈଜୟନ୍ତଙ୍କ ଗୁଗଲି ପରେ ବିଜେଡି ସାଂସଦଙ୍କ ସପକ୍ଷରେ ବହାରିଛି ଭାରତୀୟ ଜନତା ପାର୍ଟି । ଦଳର ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି ଯେ, ବୈଜୟନ୍ତ ପଣ୍ଡା ପରୋକ୍ଷରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇବାକୁ ଚାହୁଁଛନ୍ତି ଯେ ସେ କେନ୍ଦ୍ରାପଡା ବ୍ୟତିତ୍ ରାଜ୍ୟର ଯେଉଁଠାରୁ ବି ପ୍ରାର୍ଥୀ ହେବେ ସେଠାରୁ ଜିତିବେ । ସଜ୍ଜନଙ୍କ ଏହି ବୟାନରୁ ବୈଜୟନ୍ତ ବିଜେଡି ଛାଡି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

ସେପଟେ ବୈଜୟନ୍ତ ମାମୁଁଘର ଅଂଚଳରୁ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ବରିଷ୍ଠ କଂଗ୍ରେସ ନେତା ସୁରBaijayant-Panda ରାଉତରାୟ ପ୍ରତିକ୍ରିୟା ରଖିଛନ୍ତି । ସୁର କହିଛନ୍ତି ବୈଜୟନ୍ତ ବିଜେଡିରୁ ଏକଘରକିଆ ହୋଇ ପଡିଛନ୍ତି । ସେ ଜଣେ ଯୋଗ୍ୟ ପ୍ରାର୍ଥୀ । ତେଣୁ ସେ ଓଡିଶାର ଯେଉଁଠୁ ଠିଆ ହେବେ ଜିତିବେ । ଏହି ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି, ବୈଜୟନ୍ତ କେଉଁଠାରୁ ପ୍ରତିଦ୍ୱନ୍ଦିତା କରିବେ ତାହା ଦଳ ନିଷ୍ପତି କରିବ । ଗତକାଲି ସମ୍ବଲପୁର ପ୍ରେସ୍ କ୍ଲବ୍ରେ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡା କହିଥିଲେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ତାଙ୍କ ମାମୁଁ ଘର । ଏବଂ ସୁଯୋଗ ମିଳିଲେ ପଶ୍ଚିମ ଓଡ଼ିଶାର ସେବା କରିବେ ।