ମାହାଙ୍ଗାରେ ଢେଲା, ଚପଲ ଓ ଅଣ୍ଡା ମାଡ ନେଇ ଟ୍ୱିଟ କଲେ ସାଂସଦ ବୈଜୟନ୍ତ ପଣ୍ଡା !

40

କନକ ବ୍ୟୁରୋ : ମାହାଙ୍ଗା ଉଦଘାଟନୀ ଉତ୍ସବରେ ଅପ୍ରୀତିକର ପରିସ୍ଥିତି ନେଇ ସାଂସଦ ବୈଜୟନ୍ତ ପଣ୍ଡା ଟ୍ୱିଟ କରିଛନ୍ତି । ସେ କହିଛନ୍ତି ଯେ, ମୋତେ କେହି ଡରେଇ ପାରିବେ ନାହିଁ । ଟେକା ଛାଡନ୍ତୁ, ଗୁଳି ମାରିଲେ ବି ମତେ କେହି ଡରାଇ ପାରିବେ ନାହିଁ । ଅନ୍ୟପଟେ ଏହି ଘଟଣା ଘଟିବା ପରେ ବୈଜୟନ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଗତ ତିନି ବର୍ଷରେ ବିଜେଡି ବଦଳି ଯାଇଛି । ମୁଁ ୧୭ବର୍ଷ ହେଲା ଦଳରେ ଅଛି । ଆମେ ଗୁଣ୍ଡାଗର୍ଦ୍ଦି ଓ ଗୋଷ୍ଠି କନ୍ଦଳର ବିରୋଧୀ ଥିଲୁ । କିଛି ବାବୁମାନେ ଏସିରେ ବସି ନିଷ୍ପତି ନେଉଛନ୍ତି । ସେବେଠୁ ଦଳରେ ବିରୋଧ, ଗୋଷ୍ଟୀ କନ୍ଦଳ, ଗୁଣ୍ଡାଗର୍ଦ୍ଦି ହେଉଛି । ଆମ ନେତାଙ୍କୁ ବିଭିନ୍ନ ମାଧ୍ୟମରେ କୁହାଯାଉଛି । ନବୀନ ଯେବେ ସତ୍ୟ ଶୁଣିବେ ଓ ବୁଝିବେ ପଦକ୍ଷେପ ନେବେ ।